ଭୁବନେଶ୍ବର: ସ୍କୁଲ ଶିକ୍ଷା ଗୁଣବତ୍ତା ସୂଚକାଙ୍କ ରିପୋର୍ଟ ଉପସ୍ଥାପନ କରିଛି ନୀତି ଆୟୋଗ । ପ୍ରଥମଥର ପାଇଁ ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି ସ୍କୁଲ ଏଜୁକେସନ କ୍ବାଲିଟି ଇଣ୍ଡେକ୍ସ ରିପୋର୍ଟ । ଦେଶରେ ଥିବା ସମସ୍ତ ରାଜ୍ୟଗୁଡିକର ଶିକ୍ଷାର ମାନ ନିର୍ଦ୍ଧାରଣ କରି କେଉଁ ରାଜ୍ୟ ଶିକ୍ଷା କ୍ଷେତ୍ରରେ କେତେ ଉପଲବ୍ଧି କରିପାରିଛନ୍ତି ତାହା MHRD,ବିଶ୍ବ ବ୍ୟାଙ୍କ,ନୀତି ଆୟୋଗ ମିଳିତ ଉଦ୍ୟମରେ ରିପୋର୍ଟ ପ୍ରସ୍ତୁତ ହୋଇଛି ।
ନିତି ଆୟୋଗ ପକ୍ଷରୁ ସ୍କୁଲଶିକ୍ଷା ଗୁଣବତ୍ତା ରିପୋର୍ଟରେ ୨୦ଟି ବଡ଼ ରାଜ୍ୟ ଓ ୮ଟି ଛୋଟ ରାଜ୍ୟମାନଙ୍କୁ ନେଇ ମାନ୍ଯତା ପ୍ରକାଶ ପାଇଛି । ଦୁଇଟି ପର୍ଯ୍ୟାୟରେ ମାନ୍ୟତା ପ୍ରକାଶ ପାଇଛି । ପ୍ରଥମଟି ହେଲା Overall performance rank ଓ ଦ୍ବତୀୟଟି ଇଂକ୍ରିମେଣ୍ଟାଲ ପରଫରମାନ୍ସ ରାଙ୍କିଙ୍ଗ ।
Overall performance rank ରେ ପ୍ରଥମ 10 ରାଜ୍ୟରେ ଓଡିଶାର ସ୍ଥାନ ନାହିଁ । ତେବେ ମାନ୍ୟତାର ପ୍ରଥମ ସ୍ଥାନରେ କେରଳ ଥିବାବେଳେ ରାଜସ୍ଥାନ ଦ୍ବିତୀୟ, କର୍ଣ୍ଣାଟକ ତୃତୀୟ ସ୍ଥାନରେ ରହିଛି । ଆନ୍ଧ୍ରପ୍ରଦେଶ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଓଡିଶା ଦ୍ବାଦଶ ସ୍ଥାନରେ ରହିଛି । ସେହିଭଳି Incremental Performances Ranking ରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ।