ଓଡିଶା

odisha

ETV Bharat / city

ପୁଣି ଚର୍ଚ୍ଚାରେ ଚଳଚ୍ଚିତ୍ର 'କ୍ରିଷ୍ଣା'

ଗତ 26 ଏପ୍ରିଲରେ ବଡ଼ ପରଦାରେ ରିଲିଜ ହୋଇଥିବା ପ୍ରିନ୍ସ ଡାନ୍ସଗ୍ରୁପ ଉପରେ ଆଧାରିତ ଚଳଚ୍ଚିତ୍ର 'କ୍ରିଷ୍ଣା' ପୁଣି ଚର୍ଚ୍ଚାକୁ ଆସିଛି । ଆଗରୁ ଫିଲ୍ମର ରିଲିଜ ଡେଟ୍ ଫାଇନାଲକୁ ନେଇ ବିଳମ୍ବ ହୋଇଥିବା ବେଳେ ଗତକାଲି ଫିଲ୍ମର ନିର୍ଦ୍ଦେଶକ ପ୍ରେସମିଟ୍ କରି ଫିଲ୍ମର ଡିଷ୍ଟ୍ରିବ୍ୟୁଟର ଶ୍ରୀକାନ୍ତବାବୁ ତାଙ୍କୁ ଭୁଆଁ ବୁଲାଉଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

By

Published : Apr 30, 2019, 12:01 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ଗତ 26 ଏପ୍ରିଲ ରେ ବଡ଼ ପରଦାରେ ରିଲିଜ ହୋଇଥିବା ପ୍ରିନ୍ସ ଡାନ୍ସଗ୍ରୁପ ଉପରେ ଆଧାରିତ ଚଳଚ୍ଚିତ୍ର 'କ୍ରିଷ୍ଣା' ପୁଣି ଚର୍ଚ୍ଚାକୁ ଆସିଛି । ଆଗରୁ ଫିଲ୍ମର ରିଲିଜ ଡେଟ୍ ଫାଇନାଲକୁ ନେଇ ବିଳମ୍ବ ହୋଇଥିବା ବେଳେ ଗତକାଲି ଫିଲ୍ମର ନିର୍ଦ୍ଦେଶକ ପ୍ରେସମିଟ୍ କରି ଫିଲ୍ମର ଡିଷ୍ଟ୍ରିବ୍ୟୁଟର ଶ୍ରୀକାନ୍ତବାବୁ ତାଙ୍କୁ ଭୁଆଁ ବୁଲାଉଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ଫିଲ୍ମର ନିର୍ଦ୍ଦେଶକ ଆହୁରି କହିଛନ୍ତି, ଯଦି ଆଗାମୀ ଦିନରେ ଏଭଳି ପରିସ୍ଥିତି ଦେଖାଦିଏ ତେବେ ସେ ନିହାତି ପୋଲିସ ସହାୟତା ନେବେ । ଅନ୍ୟପଟରେ ତାଙ୍କ ଦଳ ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟରେ ଜିତିବା ପରେ ରାଜ୍ୟ ସରକାର ସାହାଯ୍ୟ କରିଥିବାର ଯେଉଁ ସବୁ କଥା ଉଠି ଥିଲା ତାହା ସମ୍ପୂର୍ଣ୍ଣ ମିଛ ବୋଲି ନିଜେ କ୍ରୀଷ୍ଣା ରେଡ଼ି ପ୍ରକାଶ କରିଛନ୍ତି ।

ଗତ ଶୁକ୍ରବାର ଏହି ଫିଲ୍ମ କେବଳ ଦୁଇଟି ସିନେମା ହଲରେ ରିଲିଜ ହୋଇଥିବା ବେଳେ ଏହା ଗତ ଦୁଇବର୍ଷ ତଳୁ ତିଆରି ହେଉଥିଲା । ଜଣେ ଗରିବ ପିଲା କିଭଳି ତାର ସ୍ବପ୍ନକୁ ସାକାର କରିଛି, ତାହା ଏହି ଚଳଚ୍ଚିତ୍ରର ବିଷୟବସ୍ତୁ । ଏହି ଚଳଚ୍ଚିତ୍ରରେ ମୁଖ୍ୟନାୟକ ଚରିତ୍ରରେ କ୍ରିଷ୍ଣା ରେଡ୍ଡୀ ଅଭିନୟ କରୁଥିବା ବେଳେ ମୁଖ୍ୟ ନାୟିକା ଭାବରେ ସୂର୍ଯ୍ୟମୟୀ ମହାପାତ୍ର ଓ ପାର୍ଶ୍ବ ଅଭିନେତା ଭାବରେ ପ୍ରିନ୍ସ ଡ୍ୟାନ୍ସଗ୍ରୁପର କଳାକାରମାନେ ଅଭିନୟ କରୁଛନ୍ତି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details