ଓଡିଶା

odisha

ETV Bharat / city

‘ଆଜିର ଦିନକୁ କଳାଦିବସ ଭାବେ ମନେ ରଖନ୍ତୁ ଦେଶବାସୀ’

ପୁଲୱାମା ଆକ୍ରମଣକୁ ବର୍ଷେ ପୁରିଛି । ଏହି ଅବସରରେ ଭୁବନେଶ୍ବରରେ ଇନସାନିୟତ ସଙ୍ଗଠନ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନରେ ଶୋଭାଯାତ୍ରା କରାଯାଇଥିଲା ।

pulwma attack
‘ଆଜିର ଦିନକୁ କଳାଦିବସ ଭାବେ ମନେ ରଖନ୍ତୁ ଦେଶବାସୀ’

By

Published : Feb 14, 2020, 4:01 PM IST

ଭୁବନେଶ୍ବର: ଆଜି(ଶୁକ୍ରବାର) ପୁଲୱାମା ଆତଙ୍କୀ ଆକ୍ରମଣକୁ ପୁରିଛି ବର୍ଷେ । ସାରା ଦେଶ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏହି ଅବସରରେ ଇନସାନିୟତ ସଙ୍ଗଠନ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନରେ ଶୋଭାଯାତ୍ରା କରାଯାଇଥିଲା ।

‘ଆଜିର ଦିନକୁ କଳାଦିବସ ଭାବେ ମନେ ରଖନ୍ତୁ ଦେଶବାସୀ’

ଏନେଇ ସଙ୍ଗଠନର କର୍ମକର୍ତ୍ତା କହିଛନ୍ତି କି, ଆଜିକୁ ଠିକ ବର୍ଷେ ପୂର୍ବେ ଭାରତୀୟ ଯବାନଙ୍କୁ ନେଇ ଯାଉଥିବା ଏକ ବସ ଉପରେ ଆତଙ୍କବାଦୀ ମାନେ ବିସ୍ଫୋରଣ ଘଟାଇଥିଲେ । ଯାହା ଫଳରେ ଦେଶର 40ରୁ ଉର୍ଦ୍ଧ୍ବ ଯବାନ ଶହୀଦ ହୋଇଥିଲେ । ସେ ସମୟରେ ଦେଶର ଲୋକମାନଙ୍କ ମନରେ ଗଭୀର ଅସନ୍ତୋଷର ନିଆଁ ଜଳିଥିଲା । ହେଲେ କାଳକ୍ରମେ ଲୋକେ ଏହି ଘଟଣାକୁ ଭୁଲି ଯାଉଛନ୍ତି । ପାଶ୍ଚ୍ୟତ ସଂସ୍କୃତିକୁ ସେଲିବ୍ରେସନ କରୁଛନ୍ତି । ବୀର ଯବାନଙ୍କ ବଳିଦାନକୁ ମନେ ରଖିବା ପାଇଁ ଆମ ସଙ୍ଗଠନ ପ୍ରୟାସ କରିଛି । ଏହି ଅବସରରେ ପାକିସ୍ତାନ ବିରୋଧି ନାରା ଦେଖିବାକୁ ମିଳିଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details