ଓଡିଶା

odisha

ETV Bharat / city

ଚେନ ପୁଲିଂକୁ ନେଇ ଚିନ୍ତାରେ ରେଲୱେ: ଯାତ୍ରୀଙ୍କୁ ବାଣ୍ଟିଲେ ସଚେତନତା ପତ୍ର

ରେଳ ଷ୍ଟେସନରେ ଚେନ ପୁଲିଂକୁ ନେଇ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଯାତ୍ରୀମାନଙ୍କୁ ସଚେତନତା କରିବା ଲାଗି ସମସ୍ତ ନିୟମାବଳୀ ଥିବା ସଚେତନତା ପତ୍ର ବଣ୍ଟାଯାଇଛି ।

By

Published : Jun 14, 2019, 9:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରେଳ ଷ୍ଟେସନରେ ଚେନ ପୁଲିଂକୁ ନେଇ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଭୁବନେଶ୍ବର ଷ୍ଟେସନ ଦେଇ ଦିନକୁ ପ୍ରାୟ 140 ଟି ଟ୍ରେନ ଯାତାୟାତ କରୁଛି । ଦୈନିକ 50 ହଜାରରୁ ଅଧିକ ଯାତ୍ରୀ ଯିବାଆସିବା କରଥିଆନ୍ତି । ତେବେ ଅନ୍ୟ ଷ୍ଟେସନ ତୁଳନାରେ ଭୁବନେଶ୍ବର ରେଳ ଷ୍ଟେସନ ଅଧିକ ମାତ୍ରାରେ ଚେନ ପୁଲିଂ ହେଉଥିବା ସୂଚନା ମିଳିଛି। ଏଥିପାଇଁ ଯାତ୍ରୀମାନଙ୍କୁ ସଚେତନତା କରିବା ଲାଗି ସମସ୍ତ ନିୟମାବଳୀ ଥିବା ସଚେତନତା ପତ୍ର ବଣ୍ଟାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର ରେଳ ଷ୍ଟେସନ ଓ ଟ୍ରେନ ଭିତରେ ଥିବା ଯାତ୍ରୀ ମାନଙ୍କୁ ରେଳ ଅଧିକାରୀ ମାନେ ଏକ ସଚେତନତା ପତ୍ର ବଣ୍ଟନ କରିବା ସହ ଯାତ୍ରୀଙ୍କୁ ସଚେତନତା କରାଯାଇଛି । ଯେହେତୁ ଦୈନିକ 140 ରୁ ଅଧିକ ଟ୍ରେନ ଚଳାଚଳ ହେଉଛି ସେହି ଅନୁସାରେ ସମୟ ମଧ୍ୟ ରହିଛି । ଟ୍ରେନ ଚେନ୍‌ ପୁଲିଂ କରିବା ଦ୍ବାରା ଅନ୍ୟ ଷ୍ଟେସନ ଉପରେ ପ୍ରଭାବ ପଡୁଛି । ଏହା ଦ୍ବାରା ଟ୍ରେନର ସମୟରେ ସବୁ ସମୟରେ ପରିବର୍ତ୍ତନ କରିବାକୁ ପଡୁଛି ବୋଲି ଭୁବନେଶ୍ବର ଷ୍ଟେସନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ କହିଛନ୍ତି ।

ଚେନ ପୁଲିଂ ମୁଖ୍ୟତଃ ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀ କିମ୍ବା ଟ୍ରେନରେ ଜିନିଷ ପତ୍ର ବିକ୍ରି କରୁଥିବା ଭେଣ୍ଡର ନିଜ ସୁବିଧା ପାଇଁ ଟ୍ରେନର ଆପତକାଳୀନ ଚେନକୁ ଟାଣି ପକାଇଥାନ୍ତି । ତେଣୁ ଏହି କାରଣରୁ ଟ୍ରେନ ଅନେକ ଥର ବିଳମ୍ବ ହୋଇଥାଏ । ଏହାସହ ଷ୍ଟେସନ ପୂର୍ବରୁ ଓହ୍ଲାଇବା ପାଇଁ ଚେଷ୍ଟା କରନ୍ତି , ଯାହା ଦ୍ଵାରା ଟ୍ରେନ ରେ ଥିବା ଚେନ ପୁଲିଂ କରିଥାନ୍ତି । ଫଳରେ ଟ୍ରେନର ସମୟରେ ପରିବର୍ତ୍ତନ ହୋଇଥାଏ । ଏହା ଫଳରେ ଅନ୍ୟ ଟ୍ରେନର ସମୟରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ । ଛୋଟ ଛୋଟ କାରଣକୁ ନେଇ ଯାତ୍ରୀ ମାନେ ଯେତେବେଳେ ଚେନ ପୁଲିଂ ନ କରିବାକୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ଆରପିଏଫ୍‌ ଭାରପ୍ରାପ୍ତ ଅଧିକାରୀ କେ. ସେଠୀ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରେନରେ ଲଗାତର ଭାବେ ବୃଦ୍ଧି ପାଉଥିବା ପୁଲିଂ କାରଣରୁ ରେଳ ମନ୍ତ୍ରାଳୟକୁ ପ୍ରତିବର୍ଷ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ଯାତ୍ରୀଙ୍କ ଅସୁବିଧା ସହ ରେଳବାଇ ମଧ୍ୟ ଚେନ୍ ପୁଲିଂ ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟାରେ ପଡିବା ସହ କ୍ଷତି ସହୁଛି ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details