ଓଡିଶା

odisha

ETV Bharat / city

ସରକାରଙ୍କୁ କୋଭିଡ ଚିନ୍ତା: ସର୍ବସାଧାରଣ ପର୍ବପର୍ବାଣି ଉପରେ ଲାଗିଲା କଟକଣା

ସରକାରଙ୍କୁ ଘାରିଲାଣି ସଂକ୍ରମଣ ଭୟ । ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣୀ ଉପରେ ବର୍ତ୍ତମାନ ସରକାରଙ୍କ ନଜର । ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ସରକାର ଏପ୍ରିଲ ମାସ ପର୍ବପର୍ବାଣୀ ପାଇଁ ନେଇଛନ୍ତି ବଡ଼ ପଦକ୍ଷେପ । ଅଧିକ ପଢନ୍ତୁ...

ସର୍ବସାଧାରଣ ପର୍ବପର୍ବାଣି ଉପରେ ଲାଗିଲା କଟକଣା
ସର୍ବସାଧାରଣ ପର୍ବପର୍ବାଣି ଉପରେ ଲାଗିଲା କଟକଣା

By

Published : Mar 26, 2021, 1:34 PM IST

ଭୁବନେଶ୍ବର: ସରକାରଙ୍କୁ ଘାରିଲାଣି ସଂକ୍ରମଣ ଭୟ । ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣୀ ଉପରେ ବର୍ତ୍ତମାନ ସରକାରଙ୍କ ନଜର । ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ସରକାର ଏପ୍ରିଲ ମାସ ପର୍ବପର୍ବାଣୀ ପାଇଁ ନେଇଛନ୍ତି ବଡ଼ ପଦକ୍ଷେପ । ରାଜ୍ୟରେ ସର୍ବସାଧାରଣ ପର୍ବପର୍ବାଣି ଉପରେ ଲାଗିଲା କଟକଣା ।

ସର୍ବସାଧାରଣ ପର୍ବପର୍ବାଣି ଉପରେ ଲାଗିଲା କଟକଣା

ସର୍ବଧର୍ମ, ସର୍ବପର୍ବ ଉପରେ ଲାଗିଛି କଟକଣା । ଏପ୍ରିଲରେ ଧାର୍ମିକ ଓ ସାଂସ୍କୃତିକ ପର୍ବ ପାଳନ ଉପରେ କଟକଣା ଜାରି କରିଛନ୍ତି ଏସଆରସି । ଗୁଡ୍‌ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁଯାତ୍ରା ପ୍ରଭୃତି ପର୍ବ ଉପରେ କଟକଣା ଜାରି କରିଛନ୍ତି ସରକାର । ଦଣ୍ଡଯାତ୍ରା, ରାମନବମୀ ଉପରେ ମଧ୍ୟ ରାଜ୍ୟ ସରକାରଙ୍କ କଟକଣା ଜାରି କରିଛନ୍ତି ।

ଅନ୍ୟପକ୍ଷେ ଉତ୍କଳ ଦିବସ ପାଳନ ଉପରେ ମଧ୍ୟ ଲାଗିଲା କଟକଣା । ନିରାଡ଼ମ୍ବର ଭାବେ ପାଳନ ପାଇଁ ଦିଆଯାଇଛି ନିର୍ଦ୍ଦେଶ । ଘରେ ରହି ସମସ୍ତ ପର୍ବ ପାଳନ ରହିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିସହ 200 ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଛି । କାର୍ଯ୍ୟକ୍ରମ ପାଳନ ସମୟରେ କୋଭିଡ ଗାଇଡ଼ଲାଇନକୁ ସଠିକ ଭାବେ ଅନୁପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details