ଓଡିଶା

odisha

ETV Bharat / city

ସର୍ବସାଧାରଣଙ୍କ ପାଇଁ ନିଶୁଳ୍କ ଇକୋ-ରିଟ୍ରିଟ୍‌ ଭ୍ରମଣ - bhubaneswar news

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଆରମ୍ଭ ହୋଇଯାଇଛି ମେରାଇନ ଡ୍ରାଇଭ ଇକୋ-ରିଟ୍ରିଟ୍‌ । ସର୍ବସାଧାରଣଙ୍କ ପାଇଁ ଏହି ସ୍ଥାନକୁ ପ୍ରବେଶ ନିଶୁଳ୍କ ଥିବାବେଳେ ବେଳାଭୂମିରେ ପର୍ଯ୍ୟଟକଙ୍କ ରହିବା ସ୍ଥାନ ବ୍ୟତୀତ ପବ୍ଲିକ ଏରିଆରେ ଉପଲବ୍ଧ ହେଉଥିବା ସୁବିଧା ଗୁଡିକ ପାଇଁ ଦେବାକୁ ପଡିବ ଶୁଳ୍କ ।

Public entry to Marine Drive Eco Retreat is free
ମାଗଣାରେ ବୁଲନ୍ତୁ ଇକୋ-ରିଟ୍ରିଟ୍

By

Published : Dec 19, 2019, 10:06 PM IST

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଆରମ୍ଭ ହୋଇଯାଇଛି ମେରାଇନ ଡ୍ରାଇଭ ଇକୋ-ରିଟ୍ରିଟ୍‌ । ଯେଉଁଠି ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗର ଆୟୋଜନ କରାଯାଇଛି । ଏଥିସହିତ ସାଧାରଣ ଲୋକମାନେ ମଧ୍ୟ ସେଠାକୁ ଯାଇ ଆମୋଦ ପ୍ରମୋଦ କରିପାରିବେ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ସର୍ବସାଧାରଣଙ୍କ ପାଇଁ ପ୍ରବେଶ ଶୁଳ୍କ ନଥିବା କହିଛନ୍ତି ଓଟିଡିସି ଏମଡି ହେମକାନ୍ତ ସାଏ । ପୂର୍ବରୁ ଜନସାଧାରଣଙ୍କ ପାଇଁ ପ୍ରବେଶ ଶୁଳ୍କ 50 ଟଙ୍କା ଥିବା ନେଇ ଚର୍ଚ୍ଚା ହୋଇଥିଲା ।

ମାଗଣାରେ ବୁଲନ୍ତୁ ଇକୋ-ରିଟ୍ରିଟ୍

ସୂଚନାନୁସାରେ, ବେଳାଭୂମିରେ ପର୍ଯ୍ୟଟକଙ୍କ ରହିବା ସ୍ଥାନ ବ୍ୟତୀତ ପବ୍ଲିକ ଏରିଆରେ ଉପଲବ୍ଧ ହେଉଥିବା ସୁବିଧା ଗୁଡିକୁ ଆବଶ୍ୟକ ଶୁଳ୍କ ଦେଇ ତାହାର ଆନନ୍ଦ ଉଠାଇ ପାରିବେ ବୋଲି ସେ କହିଛନ୍ତି । ଯେଉଁଥିରେ ଫୁଡ଼ କୋର୍ଟ, ବିଭିନ୍ନ ପ୍ରକାର ଜଳକ୍ରୀଡା, ବେଳାଭୂମି ମାର୍କେଟରୁ ବିଭିନ୍ନ ସାମଗ୍ରୀ କିଣା ଇତ୍ୟାଦି ସାମିଲ ରହିଛି । ସେହିପରି ସନ୍ଧ୍ୟାରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଦର୍ଶକମାନେ ବିନା ଶୁଳ୍କରେ ଉପଭୋଗ କରିପାରିବେ ।

ତେବେ ସପ୍ତାହର ଶନିବାର ଦିନ ଆୟୋଜିତ ହେଉଥିବା ସଙ୍ଗୀତ ସନ୍ଧ୍ୟାରେ ଦେଶର ବିଭିନ୍ନ ନାମିଦାମୀ କଳାକାର ଆସୁଥିବାରୁ ସେଥିପାଇଁ କିଛିଟା ପ୍ରତିବନ୍ଧକ ରହିବ । ଆସନ୍ତା 21ତାରିଖରେ ହେବାକୁ ଥିବା ଓସେନ ମ୍ୟୁଜିକାଲ ବ୍ରାଣ୍ଡରେ ସାମିଲ ହେବାକୁ ଥିବା ଦର୍ଶକଙ୍କ ପାଇଁ ଭୁବନେଶ୍ବରରୁ 3ଟି ବସ ସେବା ଯୋଗାଇ ଦିଆଯିବ । ଏନେଇ 100 ଟଙ୍କା ଅର୍ଥରାଶି ଦେଇ ଖଣ୍ଡଗିରି, କଳ୍ପନା ଓ କଳିଙ୍ଗ ଷ୍ଟାଡିୟମ ଛକରୁ ଯାତାୟତ କରିପାରିବେ । ତେବେ ଏହି ବସରେ ଯିବା ସହ ଆସିବାର ବ୍ୟବସ୍ଥା ମଧ୍ୟ ରହିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details