ଭୁବନେଶ୍ବର: ଆସନ୍ତା ମେ 31 ପର୍ଯ୍ୟନ୍ତ ରାଜ୍ୟ ମାନବାଧିକାର ଆୟୋଗକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ 31 ପର୍ଯ୍ୟନ୍ତ ପ୍ରବେଶ ନିଷେଧ କରାଯାଇଛି।
ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲିବ । ଅଭିଯୋଗକାରୀଙ୍କ ପଞ୍ଜୀକରଣ ଏବଂ ଯାଞ୍ଚ କାର୍ଯ୍ୟ ନିୟମିତ ଭାବେ ଚାଲୁ ରହିବ । ଆୟୋଗ କାର୍ଯ୍ୟ ବନ୍ଦ ରହିଲେ ମଧ୍ୟ ସମସ୍ତ କର୍ମଚାରୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସଦର ମହକୁମା ଛାଡ଼ିବେ ନାହିଁ ।