ଭୁବନେଶ୍ବର: ଏସ୍ଏଚ୍ଜି ମହିଳାଙ୍କୁ ଅଧିକ ରୋଜଗାରକ୍ଷମ କରିବା ନିମନ୍ତେ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ପ୍ରଥମ ଦିନ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ।
ଆସନ୍ତୁ ଜାଣିବେ ଏସଏଚଜି ଗ୍ରୁପ ପାଇଁ କେଉଁ ବିଭାଗରେ ରହିଛି କେଉଁ କାମ :-
- ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି: ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍କୁଲ ୟୁନିଫର୍ମ ଯୋଗାଣ
- ଖାଦ୍ୟ ଯୋଗାଣ ବିଭାଗ: ଧାନ ସଂଗ୍ରହ, କଣ୍ଟ୍ରୋଲରେ ମହିଳା ଏସଏଚଜିଙ୍କୁ ଡିଲର ନିଯୁକ୍ତି
- କୃଷି ବିଭାଗ: ଏମଆଇଡିଏଚ୍ ସ୍କିମ ଆଧାରରେ ମହିଳା ଏସଏଚଜିଙ୍କୁ ନିୟୋଜିତ କରିବା
- ସ୍କୁଲ ଓ ଗଣଶିକ୍ଷା ବିଭାଗ: ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ଯୋଗାଣ
- ଶକ୍ତି ବିଭାଗ: ଇଲେକଟ୍ରି ମିଟର ରିଡିଂ
- ଜଙ୍ଗଲ ଓ ପରିବେଶ : ଗଛ ଲଗାଇବା, ଜଙ୍ଗଲ ସଂରକ୍ଷଣ ଓ ଜଙ୍ଗଲୀ ଦ୍ରବ୍ୟ ଉତ୍ପାଦନ
- ନଗର ଉନ୍ନୟନ ବିଭାଗ : ପିଡିଏସ୍ ସ୍କିମରେ ସାଧାରଣ ସର୍ଭିସ ସେଣ୍ଟର ଚଲାଇବା
- ମତ୍ସ୍ୟ ଓ ପ୍ରାଣୀ ସଂପଦ : ଗାଁ ପୋଖରୀରେ ମାଛ ଚାଷ
- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ : ହସ୍ପିଟାଲକୁ ସାନିଟାରୀ ନାପକିନ, ମଶାରୀ ଯୋଗାଇବା
- ଗ୍ରାମୀଣ ବିକାଶ : ୧୦ହଜାର କିଲୋମିଟର ଗ୍ରାମୀଣ ରାସ୍ତାର ରୁଟିନ୍ ରକ୍ଷଣାବେକ୍ଷଣ