ଭୁବନେଶ୍ବର: ଖରସ୍ରୋତା ବଞ୍ଚାଓ ସଙ୍ଗଠନ ପକ୍ଷରୁ ବିଧାନସଭା ସମ୍ମୁଖରେ ଶତାଧିକ ମହିଳାଙ୍କ ସମତ ଯୁବକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିନକୁ ଦିନ ନଦୀରେ ମଧୁର ଜଳସ୍ତର ହ୍ରାସ ପାଇବା ସହ ନଦୀ ଉପରେ ବିଭିନ୍ନ ପ୍ରକଳ୍ପ ନିର୍ମାଣକୁ ଦୃଢ ବିରୋଧ କରିଛି ସଙ୍ଗଠନ ।
ତେବେ ଆନ୍ଦୋଳନକାରୀଙ୍କ ଦାବି ରହିଛି ଯେ ଭଦ୍ରକ ଜିଲ୍ଲାକୁ ପାଣି ଦେବାରେ ଆମର ଆପତ୍ତି ନାହିଁ କହିଛନ୍ତି ଶତାଧିକ ମହିଳା କିନ୍ତୁ ଖରସ୍ରୋତା ପାନୀୟ ଜଳର ପରିମାଣ ଦିନକୁ ଦିନ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଆଳି ଓ ରାଜକନିକା ଅଞ୍ଚଳର ଧନଜୀବନ ବିପନ୍ନ ହେବା ସହିତ ଭୂତଳ ଜଳ ଲବଣାକ୍ତ ହେବାର ଆଶଙ୍କା ରହିଛି ।