ଓଡିଶା

odisha

ETV Bharat / city

ଅମର ଶତପଥୀ ହେଲେ ଅସ୍ଥାୟୀ ବାଚସ୍ପତି

ବଡ଼ଚଣା ବିଧାୟକ ଅମର ଶତପଥୀ ଷୋଡଶ ବିଧାନସଭାରେ ଅସ୍ଥାୟୀ ବାଚସ୍ପତି ଭାବେ ବୁଧବାର ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି ।

By

Published : May 29, 2019, 8:04 PM IST

Updated : May 30, 2019, 7:35 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ଭୁବନେଶ୍ବର: ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିବା ସହ ନବୀନ ସରକାରର ପଞ୍ଚମ ପାଳି ଆରମ୍ଭ ହୋଇଛି । ଏହା ସହିତ 20 କ୍ୟାବିନେଟ ଓ ରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।

ତେବେ ବଡ଼ଚଣା ବିଧାୟକ ଅମର ଶତପଥୀ ଷୋଡଶ ବିଧାନସଭାରେ ଅସ୍ଥାୟୀ ବାଚସ୍ପତି ଭାବେ ବୁଧବାର ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି । ତେବେ ଅମରଙ୍କୁ ବରିଷ୍ଠତା ଭିତ୍ତିରେ ପ୍ରୋଟେମ୍ ସ୍ପିକର କରାଯାଇଛି ।

ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ବିଜୟୀ ବିଧାୟକଙ୍କୁ କାମଚଳା ବାଚସ୍ପତି ଅମର ଶତପଥୀ ଶପଥ ପାଠ କରାଇବେ । ପୂର୍ବାହ୍ନ 10ଟାରୁ 5 ପର୍ଯ୍ୟନ୍ତ ଷୋଡଶ ବିଧାନସଭାର 146 ବିଧାୟକ ଶପଥ ନେବେ । ତେବେ 1 ତାରିଖରେ ବାଚସ୍ପତି ନିର୍ବାଚନ ହେବ । ବିଜେଡି ପକ୍ଷରୁ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନାମ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଯେହେତୁ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି, ତେଣୁ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି ।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

Last Updated : May 30, 2019, 7:35 AM IST

ABOUT THE AUTHOR

...view details