ଭୁବନେଶ୍ବର:ମୋ ସ୍କୁଲ୍ ଅଭିଯାନର 23ତମ କାର୍ଯ୍ୟକାରୀ ପରିଷଦ ବୈଠକ ଅନୁଷ୍ଠିତ। ଆଜି(ଗୁରୁବାର) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟର 28ଟି ଜିଲ୍ଲାର ମୋଟ 175 କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ 1 ମାସ ମଧ୍ୟରେ 46 ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବା ବେଳେ ନିକ ବିଦ୍ୟାଳୟର ବିକାଶ ପାଇଁ 9 କୋଟି 29 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରରେ 2.76 କୋଟି, କଳାହାଣ୍ଡିରେ 82 ଲକ୍ଷ, କଟକରେ 24 ଲକ୍ଷ, ଅନୁଗୋଳରେ 21 ଲକ୍ଷ ଏବଂ ବରଗଡ଼ରେ 8 ଲକ୍ଷ ଟଙ୍କା ପୁରାତନ ଛାତ୍ରୀମାନେ ପ୍ରଦାନ କରିଛନ୍ତି । ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ମୋଟ 48.8 କୋଟି ଟଙ୍କାର ଅନୁଦାନ ଆସିଛି । ସମସ୍ତ ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥକ ସହାୟତାକୁ ମିଶାଇ ମୋଟ 17 କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ପରିଷଦ ଅନୁମୋଦନ କରାଯାଇଛି।
ମୋ ସ୍କୁଲ୍ ଅଭିଯାନରେ ଯୁକ୍ତ ଦୁଇ କଲେଜ
ରାଜ୍ୟରେ ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ 2 କଲେଜ, ଯୁକ୍ତ 3 ଡିଗ୍ରୀ କଲେଜ ବା ମହାବିଦ୍ୟାଳୟ ସହ ଗୋଟିଏ କ୍ୟାମ୍ପସରେ ନରହି ଭିନ୍ନ ଭାବେ ରହିଥିବ, ସେଗୁଡ଼ିକୁ ମୋ ସ୍କୁଲ ଅଭିଯାନରେ ସାମିଲ କରାଯିବ। ଏହି ବୈଠକରେ କାର୍ଯ୍ୟକାରୀ ପରିଷଦ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ନିଆଯାଇଛି । "ମୋ ସ୍କୁଲ୍ ଅଭିଯାନ ପ୍ରଥମଥର ପାଇଁ ଅଗସ୍ତ୍ୟ ଫାଉଣ୍ଡେଶନ ଏବଂ ଇନ୍ଫୋସିସ୍ ଫାଉଣ୍ଡେସନ ସହ ମିଳିତଭାବେ 650 ହାଇସ୍କୁଲ୍ର ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ଗଣିତ ଓ ବିଜ୍ଞାନ ଶିକ୍ଷକଙ୍କ ଦକ୍ଷତା ବିକାଶ ସହ ଛାତ୍ରଛାତ୍ରୀଙ୍କ ପାଇଁ କିଭଳି ଗଣିତ ଓ ବିଜ୍ଞାନ ଶିକ୍ଷା ସହଜ କରିହେବ ତାହା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିବ। ଏହାକୁ ଦୃଷ୍ଟିରେ ରଖି ମୋ ସ୍କୁଲ୍ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ପାଇଁ ସେମାନଙ୍କ ଘରେ ଏବଂ ଗ୍ରାମରେ 'ସମର କ୍ୟାମ୍ପ ଟି ଗ୍ରୀଷ୍ମକାଳୀନ ଶିବିର ଆୟୋଜନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରାତନ ଛାତ୍ରଛାତ୍ରୀ ସହ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯିବାର ଲକ୍ଷ୍ୟ ରହିଛି ।