ଓଡିଶା

odisha

ETV Bharat / city

'ଅଭିଭାବକଙ୍କ ଉପରେ ଶିକ୍ଷାନୁଷ୍ଠାନର ଚାପ ଗ୍ରହଣୀୟ ନୁହେଁ'

ଦୀର୍ଘ 4 ମାସ ହେବ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ । ଆଉ ଏହି ସମୟ ମଧ୍ୟରେ ଅଭିଭାବକଙ୍କ ଠାରୁ କୌଣସି ପ୍ରକାର ଫି ସଂଗ୍ରହ ନକରିବାକୁ ମୁଖ୍ୟମନ୍ତ୍ରୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିବା ସତ୍ତ୍ବେ ବି ଅନେକ ଶିକ୍ଷାନୁଷ୍ଠାନ ଅଭିଭାବକଙ୍କ ଠାରୁ ଅର୍ଥ ସଂଗ୍ରହ କରୁଛନ୍ତି । ଯାହାକୁ ପ୍ରତିବାଦ କରିଛନ୍ତି କନଫେଡରେସନ ଅଫ ଓଡିଶା ପବ୍ଲିକ ସ୍କୁଲ ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ । ଅଧିକ ପଢନ୍ତୁ...

'ଅଭିଭାବକଙ୍କ ଉପରେ ଶିକ୍ଷାନୁଷ୍ଠାନର ଚାପ ଗ୍ରହଣୀୟ ନୁହେଁ'
'ଅଭିଭାବକଙ୍କ ଉପରେ ଶିକ୍ଷାନୁଷ୍ଠାନର ଚାପ ଗ୍ରହଣୀୟ ନୁହେଁ'

By

Published : Jul 15, 2020, 6:09 PM IST

ଭୁବନେଶ୍ବର: କୋଭିଡ -19 ଲୋକମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ଏହି ସମୟରେ ଶିକ୍ଷାନୁଷ୍ଠାନମାନ ବନ୍ଦ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି । ଯାହାର ଫଳ ସ୍ବରୂପ ଦୀର୍ଘ 4 ମାସ ହେବ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଆଉ ଏହି ସମୟ ମଧ୍ୟରେ ଅଭିଭାବକଙ୍କ ଠାରୁ କୌଣସି ପ୍ରକାର ଫି ସଂଗ୍ରହ ନକରିବାକୁ ମୁଖ୍ୟମନ୍ତ୍ରୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିବା ସତ୍ତ୍ବେ ବି ଅନେକ ଶିକ୍ଷାନୁଷ୍ଠାନ ଅଭିଭାବକଙ୍କ ଠାରୁ ଅର୍ଥ ସଂଗ୍ରହ କରୁଛନ୍ତି । ଯାହାକୁ ନେଇ ସ୍ବର ଉଠାଇଛନ୍ତି କନଫେଡରେସନ ଅଫ ଓଡିଶା ପବ୍ଲିକ ସ୍କୁଲ ଓ ଅଭିଭାବକ ମହାସଙ୍ଗ ।

'ଅଭିଭାବକଙ୍କ ଉପରେ ଶିକ୍ଷାନୁଷ୍ଠାନର ଚାପ ଗ୍ରହଣୀୟ ନୁହେଁ'

ଏପରି ପରିସ୍ଥିତି ହୋଇଛି ଏହାକୁ ନେଇ ହାଇକୋର୍ଟରେ ମାମଲା ପହଁଚି ଥିବାବେଳେ ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ପିଲାମାନଙ୍କ ଶିକ୍ଷା ବାଧାପ୍ରାପ୍ତ ନହେବାକୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଅନଲାଇନ ମାଧ୍ୟମରେ ଶିକ୍ଷା ଦେବାକୁ ସରକାର କହିଥିବା ବେଳେ ଏଥିପାଇଁ ମଧ୍ୟ ପିଲାମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଇଛି । ଆଉ ଯେଉଁ ପିଲା ଏହା ଦେବାକୁ ଅକ୍ଷମ ହେଉଛନ୍ତି ତାଙ୍କୁ ଏଥିରୁ ବିଭିନ୍ନ ପ୍ରକାରରେ ବଞ୍ଚିତ କରାଯାଉଛି । ଯାହାକି ନିନ୍ଦନୀୟ ଓ ଅପରାଧ ସଙ୍ଗେ ସମାନ ବୋଲି କନଫେଡରେସନ ଅଫ ଓଡିଶା ପବ୍ଲିକ ସ୍କୁଲର ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ କହିଛନ୍ତି ।

ଏଥିପାଇଁ ତାଙ୍କ ଫେଡରେସନ ମଧ୍ୟ ପ୍ରତ୍ୟେକ ସଦସ୍ୟ 15 ପ୍ରତିଶତ ଫି ଛାଡ଼ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । କିନ୍ତୁ କେତେକ ଅନୁଷ୍ଠାନ ଏହା ନମାନିବାରୁ ସେମାନଙ୍କୁ ଫେଡରେସନରୁ ବାହାର କରି ଦିଆଯାଇଥିବା କହିଛନ୍ତି । ଶିକ୍ଷାକୁ ବ୍ୟବସାୟ ନ ଭାବି ଏହା ପିଲାମାନଙ୍କ ଚରିତ୍ର ଗଠନ ପାଇଁ ନିୟୋଜିତ ହେବା ଆବଶ୍ୟକ ବୋଲି କହିବା ସହ ଯେଉଁମାନେ ଏପରି ଆଚରଣ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଅଭିଭାବକମାନେ ଆଇନର ଆଶ୍ରୟ ନେବାକୁ ସେ କହିଛନ୍ତି । ସେହିପରି ଅନେକ ଅଭିଭାବକ ପ୍ରାଇଭେଟ ସ୍କୁଲର ମନ ମାନିରେ ଅତିଷ୍ଠ ହୋଇ ପଡିଥିବାବେଳେ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି ।

ଅଭିଭାବକ ମହାସଙ୍ଗର ସଭାପତି ଏନେଇ ଅନେକ ଥର ସ୍ବର ଉତ୍ତୋଳନ କରିବା ସହ ହାଇକୋର୍ଟରେ ପହଞ୍ଚିଥିବାବେଳେ ଆଜି ଏହା ଉପରେ ହାଇକୋର୍ଟ ଶୁଣାଣି କରିବେ ବୋଲି ସେ କହିଛନ୍ତି । ତେବେ ଅନେକ ଅନୁଷ୍ଠାନ ଏହି ସମୟରେ ଅଭିଭାବକଙ୍କ ଉପରେ ମାନସିକ ନିର୍ଯ୍ୟାତନା ଦେଉଥିବାବେଳେ ସରକାର ନିଦା ବିଷ୍ଣୁ ସାଜି ନ ବସିବାକୁ ସେ କହିଛନ୍ତି । ଅନ୍ୟ ରାଜ୍ୟମାନଙ୍କ ଭଳି କିପରି ସରକାରୀ ସ୍କୁଲ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ସହ ଶିକ୍ଷାର ମାନ ବୃଦ୍ଧି ପାଇଁ ଚେଷ୍ଟା କରାଯିବା ଉଚିତ ବୋଲି ମହାସଙ୍ଗ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details