ଭୁବନେଶ୍ବର:ଏଣିକି ଘରୋଇ ଆମ୍ବୁଲାନ୍ସ ନେଉଥିଲେ ହେବନି ଲୁଟର ଶିକାର । ଅର୍ଥାତ ଅଧିକ ଭଡା ନେବେନି ଆମ୍ବୁଲାନ୍ସ କର୍ମଚାରୀ କି ମାଲିକ । କାରଣ ଆମ୍ବୁଲାନ୍ସ ଭଡା ଧାର୍ଯ୍ୟ କଲା ପରିବହନ ବିଭାଗ ।
ଏନେଇ ଛୋଟ ଆମ୍ବୁଲାନ୍ସ ବା ୮ ଲକ୍ଷ ଭିତରେ ଥିବା ଗାଡି ଯେପରିକି ଓମନି ଭଳି ଗାଡି ନେଉଥିଲେ ୧୦ କିମି ପିଛା ୭୫୦ ଟଙ୍କା ଭଡା ଦେବାକୁ ପଡିବ । ପରେ ପ୍ରତି କିମି ପିଛା ୩୦ ଟଙ୍କା ଭଡା ଦେବାକୁ ପଡିବ ।
ସେହିପରି ଅତ୍ୟାଧୁନିକ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ନେଲେ ୧୦ କିମି ପାଇଁ ୧୦୦୦ ଟଙ୍କା ଭଡା ଦେବେ । ପରେ ପ୍ରତି କିମି ପିଛା ୫୦ ଟଙ୍କା ଭଡା ଦେବାକୁ ପଡିବ ।
ସେହିପରି ଟିକୋ ବଡ ଗାଡି ଥିବା ଆମ୍ବୁଲାନ୍ସ ବା ୮-୧୦ ଲକ୍ଷ ଥିବା ଗାଡି ଯେପରିକି ବୋଲେରୋ ଆମ୍ବୁଲାନ୍ସ ନେଲେ ୧୦ କିମି ପର୍ଯ୍ୟନ୍ତ ୧୦୦୦ ଟଙ୍କା ଭଡା ଦେବେ । ପରେ କିମି ପିଛା ୩୦ ଟଙ୍କା ଟଙ୍କା ଭଡା ଦେବେ ।