ଓଡିଶା

odisha

ETV Bharat / city

ଆସନ୍ତା ଶୁକ୍ରବାର ପରିବେଶ ମନ୍ତ୍ରୀଙ୍କ ସମ୍ମିଳନୀ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ - ଆସନ୍ତା ଶୁକ୍ରବାର ପରିବେଶ ମନ୍ତ୍ରୀଙ୍କ ସମ୍ମିଳନୀ

ଆସନ୍ତା ୨୩ ତାରିଖରେ ରାଜ୍ୟ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ପୂର୍ବାହ୍ନ ସାଢେ ଦଶଟାରେ ଗୁଜୁରାଟର ଏକତାନଗରଠାରେ ଆଭାସୀ ମାଧ୍ୟମରେ ଉଦଘାଟନ କରିବେ ମୋଦି । ଏହି ଅବସରରେ ସେ ସମବେତ ଜନତାଙ୍କୁ ମଧ୍ୟ ଉଦବୋଧନ ଦେବେ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Sep 21, 2022, 10:52 PM IST

ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ ରାଜ୍ୟ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ପୂର୍ବାହ୍ନ ସାଢେ ଦଶଟାରେ ଗୁଜୁରାଟର ଏକତାନଗରଠାରେ ଆଭାସୀ ମାଧ୍ୟମରେ ଉଦଘାଟନ କରିବେ ମୋଦି । ଏହି ଅବସରରେ ସେ ସମବେତ ଜନତାଙ୍କୁ ମଧ୍ୟ ଉଦବୋଧନ ଦେବେ ।

ସଂଘୀୟ ସହଯୋଗ ବ୍ୟବସ୍ଥାକୁ ଆଗେଇ ନେବା ତଥା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପରିବେଶ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସୁସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଡକାଯାଇଛି । ନୀତିଗୁଡିକ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ନିରାକରଣ, ପରିବେଶ ପାଇଁ ଜୀବନ ଶୈଳୀ ଉପରେ ଗୁରୁତ୍ୱ ଦେଇ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ନିମନ୍ତେ ରାଜ୍ୟର କାର୍ଯ୍ୟାନ୍ୱୟନ ଯୋଜନା ଇତ୍ୟାଦି ଅନ୍ତର୍ଭୁକ୍ତ । ଅନୁର୍ବର ଜମିର ପୁନରୁଦ୍ଧାର ଓ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ଜଙ୍ଗଲ ସୀମା ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ ଗୁରୁତ୍ୱ ଆରୋପ କରାଯିବ ।୨୩ ଓ ୨୪ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ୬ଟି ଅଧିବେଶନ ରହିଛି ।

ଏଲଆଇଏଫଇ (ପରିବେଶ ଭିତ୍ତିକ ଜୀବନ ଶୈଳୀ) ଜଳବାୟୁ ପରିବର୍ତ୍ତନର ମୁକାବିଲ, ସମନ୍ୱିତ ସବୁଜ ସ୍ୱୀକୃତୀ ପାଇଁ ଏକକ ପଦ୍ଧତି, ଜଙ୍ଗଲ ପରିଚାଳନା, ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ, ବନ୍ୟପ୍ରାଣୀ ପରିଚାଳନା, ପ୍ଲାଷ୍ଟିକ ଓ ବର୍ଜ୍ୟ ପରିଚାଳନା ବାବଦରେ ଆଲୋଚନା ହେବ । କାର୍ଯ୍ୟକ୍ରମରେ ଓଡ଼ିଶାର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details