ଭୁବନେଶ୍ବର: ରିଜିଓନାଲ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର ଠାରେ 3 ଦିନିଆ ହେଲଦି ଇଣ୍ଡିଆ କନକ୍ଲେଭ ଆୟୋଜିତ ହେବାକୁ ଯାଉଛି । ଯେଉଁଠି ସୁସ୍ଥ ଭାରତ ଗଠନ ନେଇ ବିଭିନ୍ନ ପ୍ରକାର ଆଲୋଚନାଚକ୍ର ଓ ସେମିନାର ଆୟୋଜନ କରାଯାଉଥିବାର ସୂଚନା ମିଳିଛି ।
ଏହା ସହିତ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଜୀବନରେ ଖୁସି ଭରିଦେବା ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ ହୋଇ ରୋଜଗାରକ୍ଷମ କରାଇବା ପାଇଁ ଋଣ ଓ ନିଯୁକ୍ତି ମେଳାର ମଧ୍ୟ ଆୟୋଜନ କାରଯିବ ବୋଲି ଜଣାପଡିଛି । ଏପରିକି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ମାଗଣାରେ କୃତ୍ରିମ ଅଙ୍ଗ ପ୍ରତ୍ୟେଙ୍ଗ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।