ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ଥାନୀୟ ବିମାନ ବନ୍ଦରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ବିଦାୟ ଦେଇଛନ୍ତି ।
ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି - ଓଡିଶାରେ ରାଷ୍ଟ୍ରପତି
2 ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଏହି ସମୟରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଡିଜିପି ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, 27ତାରିଖରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି । ଶୁକ୍ରବାର ସେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ପହଞ୍ଚିବା ପରେ ସେଠାରୁ ବ୍ରହ୍ମପୁର ଗସ୍ତରେ ଯାଇଥିଲେ । ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି ଦମ୍ପତି । ଶନିବାର ଆର୍ମି ଏଡି କଲେଜରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ପରେ ପୁଣି ଥରେ ଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ଦମ୍ପତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ