ଓଡିଶା

odisha

ETV Bharat / city

ସମ୍ଭାବ୍ୟ ବାତ୍ୟାକୁ ନେଇ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି - ବାତ୍ୟା

ନଗର ଉନ୍ନୟନ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ଵତନ୍ତ୍ର ଗାଇଡଲାଇନ ଜାରି କରିଛି ବିଭାi । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବାତ୍ୟାକୁ ନେଇ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି
ସମ୍ଭାବ୍ୟ ବାତ୍ୟାକୁ ନେଇ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି

By

Published : May 21, 2021, 7:00 PM IST

ଭୁବନେଶ୍ବର:ବାତ୍ୟାକୁ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାେରଦାର ପ୍ରସ୍ତୁତି । ଏନେଇ 12ଟି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବା ନେଇ ସହାରଞ୍ଚଳ ପାଇଁ ସ୍ଵତନ୍ତ୍ର ଗାଇଡଲାଇନ ଜାରି କରିଛି ବିଭାଗ । ସମସ୍ତ ମ୍ୟୁନିସପାଲିଟି ଓ ଏନ୍ଏସି ମାନଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଗାଇଡଲାଇନ ଅନୁସାରେ ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ଜାରି ହୋଇଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି


ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ଗାଇଡଲାଇନ ମୁତାବକ ଏହି ସବୁ ଜିଲ୍ଲାରେ ଥିବା ମ୍ୟୁନିସପାଲିଟ୍ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀର ଚିହ୍ନଟ ଏବଂ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବୟସ୍କ, ଶିଶୁ, ଗର୍ଭବତୀ ମହିଳା, ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ସହ ମେଡିସିନ ମହଜୁଦ ରଖିବା ପାଇଁ କୁହାଯାଇଛି । ଏହାସହ ବାତ୍ୟା ଆଶ୍ରୟସ୍ଥଳୀକୁ ସାନିଟାଇଜ କରିବା ସହ ଆଶ୍ରୟସ୍ଥଳୀ ଗୁଡିକରେ ସାନିଟାଇଜର ଓ ସାବୁନ ଆଦି ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି


ଏବଂ ମହିଳା ମାନେ ରହୁଥିବା ଆଶ୍ରୟସ୍ଥଳୀରେ ମହିଳା ହୋମଗାର୍ଡ ମୁତୟନ କରିବା ପାଇଁ କୁହାଯାଇଛି । ଏହାସହ ରନ୍ଧାଖାଦ୍ୟ, ପ୍ଲେଟ ଓ ଗ୍ଲାସ ମହଜୁଦ ରଖିବ ପାଇଁ ନିର୍ଦ୍ଦେଶ, କୋଭିଡ୍ କଟକଣାକୁ କଡାକଡି ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ । ସେଲଟର ହୋମ ରେ ଲାଇଟ୍ ଓ ଡିଜି ମେସିନ ମହଜୁଦ ରଖିବା ପାଇଁ କୁହାଯାଇଛି । ଜଳ ଯୋଗାଣ ପାଇଁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଏଥିପାଇଁ ଏକ ହ୍ଵାଟ୍ସଆପ ଗ୍ରୁପ କରିବା ପାଇଁ ନିର୍ଦ୍ଦେଶ ନିଆଯାଇଛି । ଏହାସହ ଗଛକାଟା ମେସିନ, ଡ୍ରେନେଜରେ ପାଣି ଜମିବା ଏବଂ ବ୍ଲକେଜ ମରାମତି ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ବ୍ୟବସ୍ଥା କରାଯାଇଛି । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମ୍ୟୁନିସପାଲିଟକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details