ଓଡିଶା

odisha

ETV Bharat / city

‘ମୋ ସରକାର’ ଫେଲ, କ୍ୟାପିଟାଲ ହସ୍ପିଟାଲ ବାହାରେ ପ୍ରସବ କଲେ ମହିଳା

'ମୋ ସରକାର'କୁ ନେଇ ପୁଣି ଉଠିଲା ପ୍ରଶ୍ନ । ବଦଳୁ ନାହିଁ ସ୍ବାସ୍ଥ୍ୟସେବାର ଚିତ୍ର । ହସ୍ପିଟାଲରେ ପରିସରରେ ପ୍ରସବ କଲେ ଗର୍ଭବତୀ । ଏଭଳି ଏକ ଘଟଣା ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଘଟିଛି । ଅଧିକ ପଢନ୍ତୁ...

health issue
ପଦାରେ ପଡିଛି ସ୍ବାସ୍ଥ୍ୟ ସେବା

By

Published : Dec 7, 2019, 8:33 PM IST

ଭୁବନେଶ୍ବର: ରାଜଧାନୀରେ ଫେଲ ମାରିଲା 'ମୋ ସରକାର' । ପୁଣି ପଦାରେ ପଡିଲା କ୍ୟାପିଟାଲ ହସ୍ପିଟାଲର ଦାୟିତ୍ବହୀନତା । ହସ୍ପିଟାଲରେ ବେଡ ନଥିବାରୁ ଡାକ୍ତରଖାନା ପରିସରରେ ପ୍ରସବ କଲେ ଗର୍ଭବତୀ । ବାରମ୍ବାର ଏଭଳି ଘଟଣା ଘଟିବା ପରେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚେତା ପଶୁନି । ଯାହାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପଦାରେ ପଡିଛି ସ୍ବାସ୍ଥ୍ୟ ସେବା

ଶୁକ୍ରବାର ବିଳମ୍ବିତ ରାତିରେ ନିମାପଡା ଅଞ୍ଚଳର ରୀନା ଭୋଇ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ଲେବର ରୁମ ଡାକ୍ତର ରୀନାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେଠାରୁ ଚାଲିଯାଇଥିଲେ । ହେଲେ ରାତିତମାମ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ରୀନାଙ୍କୁ ମିଳିନଥିଲା ବେଡ । ଆଉ ପ୍ରସୂତି ବେଦନା ସହି ନପାରି ବାହାରକୁ ଆସିଯାଇଥିଲେ ଗର୍ଭବତୀ ଜଣକ ।

ତେବେ ଶନିବାର ସକାଳୁ ଡାକ୍ତରଖାନା ପରିସରରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ତାଙ୍କ ସାଥିରେ ଥିଲେ ସ୍ବାମୀ ଓ ଅନ୍ୟଜଣେ ସମ୍ପର୍କୀୟ । ସେପଟେ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବାର ଅଭିଯୋଗ ଆଣିଛନ୍ତି ପରିବାରଲୋକେ ।

ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବରୁ ଜଣେ ଗର୍ଭବତୀ ମହିଳା ପ୍ରସୂତୀ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଉଚିତ ସେବା ନ ପାଇ ରାସ୍ତାରେ ପ୍ରସବ କରିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details