ଓଡିଶା

odisha

ETV Bharat / city

ବାତ୍ୟା ପାଇଁ ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପ୍ରତାପ ଜେନା - ବାତ୍ୟା

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ବାତ୍ୟା ଅମ୍ଫାନକୁ ନେଇ ପ୍ରକାଶ କରିଛନ୍ତି ପ୍ରତିକ୍ରିୟା । ଆମେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ। ମୁଖ୍ୟତଃ ପାନୀୟ ଜଳ ସବୁ ଗାଁ ଓ ସହରରେ ଜେନେରେଟର ବ୍ୟବସ୍ଥା ହୋଇଛି। ଟ୍ୟାଙ୍କର ବ୍ୟବସ୍ଥା ହୋଇଛି। ଗାଁରେ PVC ଟାଙ୍କି ବ୍ୟବସ୍ଥା ହୋଇଥିବା କହିଛନ୍ତି ପ୍ରତାପ ଜେନା ।

pratap Jena
pratap Jena

By

Published : May 18, 2020, 2:21 PM IST

ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଆମ୍ଫନ । ଏହାକୁ ନେଇ କେତେ ପ୍ରସ୍ତୁତ ରାଜ୍ୟ ସରକାର । କଣ ରହିଛି ବ୍ୟବସ୍ଥା । ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ପ୍ରତିକ୍ରିୟା । ଆମେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ। ମୁଖ୍ୟତଃ ପାନୀୟ ଜଳ ସବୁ ଗାଁ ଓ ସହରରେ ଜେନେରେଟର ବ୍ୟବସ୍ଥା ହୋଇଛି। ଟ୍ୟାଙ୍କର ବ୍ୟବସ୍ଥା ହୋଇଛି। ଗାଁରେ PVC ଟାଙ୍କି ବ୍ୟବସ୍ଥା ହୋଇଥିବା କହିଛନ୍ତି ପ୍ରତାପ ଜେନା ।

ବାତ୍ୟା ପାଇଁ ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ :ପ୍ରତାପ ଜେନା

ସେହିପରି 100 ପ୍ରତିଶତ ପାଣି ରଖାଯାଇଛି। ଯେପରି ଆଗାମୀ ପାଞ୍ଚ ଦିନ ପାଇଁ ଅସୁବିଧା ରହିବ ନାହିଁ। ବ୍ଲକ ଜରିଆରେ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ରହିବା ଓ ଖାଇବା ବ୍ୟବସ୍ଥା ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ଜେନେରେଟର ବ୍ୟବସ୍ଥା ମଧ୍ୟ ହୋଇଛି। 7600 ବାତ୍ୟା ଆଶ୍ରୟସ୍ଥଳୀ ଅଛି।

5 ଉପକୂଳ ଜିଲ୍ଲା ବିଶେଷ ଫୋକସରେ ରହିଛି। ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ। 11ରୁ 12 ଲକ୍ଷ ଲୋକ ସ୍ଥାନାନ୍ତର ହେବେ। ବାତ୍ୟାର 2 ରୁ 3 ଦିନ ପ୍ରଭାବ ରହିବ ଏବଂ ପ୍ରଭାବିତ ହେବାକୁ ଥିବା 16 ସହର ଅଞ୍ଚଳରେ ବିଜ୍ଞାପନ ହୋର୍ଡିଂ ଉଚ୍ଛେଦ ହେବ। ଏ ସବୁ ଜିଲ୍ଲାର ସହର ଅଞ୍ଚଳରେ 63000 ବେଡ଼ ରହିଛି। ଏଥିରୁ 4000 ବେଡ଼ରେ ପ୍ରବାସୀ ପୃଥକବାସରେ ରହିଛନ୍ତି ବୋଲି କହିଛନ୍ତି ପ୍ରତାପ ଜେନା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details