ଓଡିଶା

odisha

ETV Bharat / city

ସଙ୍ଗୀତ ଜରିଆରେ ପ୍ରଶାନ୍ତ ପାଢ଼ୀଙ୍କ 35 ବର୍ଷର ଯାତ୍ରାକୁ ଶୁଭେଚ୍ଛା - singer prashant padhi

ଓଡ଼ିଆ ସଙ୍ଗୀତ ଜଗତରେ ଏକ ସଶ୍ରଦ୍ଧ ଉଚ୍ଚାରଣ ହେଉଛନ୍ତି ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ । ଦୀର୍ଘ 35 ବର୍ଷର ତାଙ୍କର ଏହି ସଙ୍ଗୀତ ଜୀବନ ଯାତ୍ରା ମଧ୍ୟରେ ସେ ଓଡ଼ିଶାର ଲୋକମାନଙ୍କୁ ଅନେକ ମେଲୋଡି ଓ ଫିଲ୍ମରେ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇଛନ୍ତି । ଅଧିକ ପଢନ୍ତୁ...

Prashant padhi 35 years in singing career
ପ୍ରଶାନ୍ତ ପାଢ଼ୀଙ୍କ 35 ବର୍ଷର ସଙ୍ଗୀତ ଯାତ୍ରାକୁ ଶୁଭେଚ୍ଛା ଜଣାଇ ସଙ୍ଗୀତଶିଳ୍ପୀ

By

Published : Feb 19, 2020, 7:47 AM IST

ଭୁବନେଶ୍ବର: ଓଡ଼ିଆ ସଙ୍ଗୀତ ଜଗତରେ ଏକ ସଶ୍ରଦ୍ଧ ଉଚ୍ଚାରଣ ହେଉଛନ୍ତି ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ । ଦୀର୍ଘ 35 ବର୍ଷର ତାଙ୍କର ଏହି ସଙ୍ଗୀତ ଜୀବନ ଯାତ୍ରା ମଧ୍ୟରେ ସେ ଓଡ଼ିଶାର ଲୋକମାନଙ୍କୁ ଅନେକ ମେଲୋଡି ଓ ଫିଲ୍ମରେ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇଛନ୍ତି । ତେଣୁ ତାଙ୍କର ଏହି ଯାତ୍ରାକୁ ଆହୁରି ଆଗକୁ ବଢ଼ାଇ ନେବାକୁ ଏବଂ ତାଙ୍କୁ ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ତାଙ୍କର ଶୁଭେଛୁଙ୍କ ଦ୍ଵାରା ଆୟୋଜିତ ହୋଇଛି 'ଗୀତରେ ଗୀତରେ ପ୍ରଶାନ୍ତ ପାଢ଼ୀ'।

ପ୍ରଶାନ୍ତ ପାଢ଼ୀଙ୍କ 35 ବର୍ଷର ସଙ୍ଗୀତ ଯାତ୍ରାକୁ ଶୁଭେଚ୍ଛା ଜଣାଇ ସଙ୍ଗୀତଶିଳ୍ପୀ

ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ବହୁ ବରିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ସହିତ ତାଙ୍କ ରଚିତ , ନିର୍ଦ୍ଦେଶିତ ଗୀତ ଗୁଡିକୁ ଗାଇ ଉପସ୍ଥିତ ସ୍ରୋତାତାମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ । ଏହି ଅବସରରେ ପ୍ରଶାନ୍ତ ପାଢ଼ୀ 1985 ମସିହାରୁ ଏହି ସଙ୍ଗୀତ ଶିଳ୍ପ ସହିତ ଜଡିତ ଥିବା କହିଥିବାବେଳେ ସର୍ବଦା ଲୋକମାନଙ୍କୁ ଉନ୍ନତ ଓ ମାର୍ଜିତ ଭାବରେ ମନୋରଞ୍ଜନର ଖୋରାକ ଯୋଗାଇ ଆସିଥିବା କହିଛନ୍ତି । ଯେଉଁଥିରେ ନିଜ ଭାଷା ଓ ସଂସ୍କୃତି ସମୃଦ୍ଧି ହୋଇ ପାରିବ ବୋଲି କହିଛନ୍ତି ।

ସେହିପରି ସେ ଆଜିକା ସଙ୍ଗୀତରେ ଚାଲୁ ଓ ଶସ୍ତା ଗୀତ ବୃଦ୍ଧି ପାଉଥିବାବେଳେ ସେ କେବେ ହେଲେ ଏହା ସପକ୍ଷରେ ନଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ ପାଇଁ ଆସିଥିବା ଓଡ଼ିଶାର ଜଣେ ଆଜି ଧାଡ଼ିର କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ପ୍ରଶାନ୍ତ ପାଢ଼ୀଙ୍କୁ ଆଦର୍ଶ ମାନିବା ସହ ତାଙ୍କର ଗୀତ ଗାଇବାକୁ ଭଲ ପାଆନ୍ତି ବୋଲି ସେ କହିଛନ୍ତି । ସେ ମଧ୍ୟ ଶସ୍ତା ଗୀତ ଲେଖା ଓ ଗାଇବା ପ୍ରତି ଉଭୟ ଗୀତିକାର ଓ କଣ୍ଠଶିଳ୍ପୀମାନେ ଯତ୍ନବାନ ହେଲେ ଓଡ଼ିଆ ଭାଷାର ମର୍ଯ୍ୟଦା ବୃଦ୍ଧିରେ ସହାୟକ ହେବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details