ଓଡିଶା

odisha

By

Published : Mar 11, 2021, 12:23 PM IST

ETV Bharat / city

ଶିମିଳିପାଳ ନିଆଁ ଲିଭା କାର୍ଯ୍ୟରେ ସାମିଲ ହେଲେ ପ୍ରଣବ

ଶିମିଳିପାଳ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଛନ୍ତି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଅଧିକ ପଢନ୍ତୁ...

ପ୍ରଣବ ପ୍ରକାଶ ଦାସ
ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭା କାର୍ଯ୍ୟରେ ସାମିଲ ହେଲେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁ ଲିଭା ଅପରେସନ ସାମିଲ ହୋଇଛନ୍ତି ବିଜେଡିର ଏହି ହେଭିୱେଟ ନେତା ।

ପ୍ରଣବଙ୍କ ସହିତ ନିଆଁ ଲିଭାଇବା କାର୍ଯ୍ୟରେ ବିଧାୟକ ରାଜକିଶୋର ଦାସ, ବାସନ୍ତି ହେମ୍ବ୍ରମ, ଏଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ଓ ସ୍ଥାନୀୟ ଲୋକେ ସାମିଲ ହୋଇଛନ୍ତି ।

ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସାମିଲ ଓ ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ପ୍ରଣବଙ୍କ ସହିତ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଛନ୍ତି । ସେପଟେ NRSC ହାଇଦ୍ରାବାଦ ସାଟେଲାଇଟ୍ ଏକ ଫଟୋଚିତ୍ର ଜାରି କରିଛି । ଯେଉଁଥିରେ ଶିମିଳିପାଳରେ ଲାଗିଥିବା ନିଆଁ ଆୟତ୍ତକୁ ଆସି ସାରିଥିବା ଦେଖାଯାଇଛି ।

ଏନେଇ ସରକାର ଗଠନ କରିଥିବା ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଧବାର ବର୍ଷା ହୋଇଥିବାବେଳେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଲାଗିଥିବା ନିଆଁ ଲିଭାଇବାରେ ବର୍ଷା ଅଳ୍ପକେ ସହାୟକ ହୋଇଥିବା କୁହାଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details