ଭୁବନେଶ୍ବର: ଗୁରୁବାର ବିଧାନସଭାରେ ବିରୋଧୀ ଶ୍ରୀମନ୍ଦିର ଟଙ୍କା ୟେସ ବ୍ୟାଙ୍କରେ ଜମା ରଖିବା ପ୍ରସଙ୍ଗରେ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ବିରୋଧୀ ସରକାରଙ୍କୁ ଜୋରଦାର ଆକ୍ରମଣ କରିଥଲେ ।
ଏପରିକି ବିରୋଧୀ ଦଳ ସଚେତକ ମୋହନ ମାଝୀ ଆଲୋଚନାରେ ଭାଗନେଇ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ଚାର୍ଟାଡ ଆକାଉଣ୍ଟାଟ ବିଜୟ ସାହୁଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଉଭୟ ୟେସ ବ୍ୟାଙ୍କରୁ ମିଳିଥିବା କମିଶନ ଟଙ୍କାରେ ବିଦେଶ ଭ୍ରମଣ କରିଛନ୍ତି ବୋଲି ଅଭିଯୋଗ କରିଥିଲେ ।