ଭୁବନେଶ୍ବର:ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ।ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ଯେଉଁ ସିଏଜି ରିପୋର୍ଟ ଆସିଛି ତାହା ବଡ଼ ଚିନ୍ତାଜନକ । ରିପୋର୍ଟରୁ 19ଟି ବିଭାଗରେ ବ୍ୟାପକ ଆର୍ଥିକ ଅନିୟମତା ହୋଇଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । ସେଥିପାଇଁ ଅର୍ଥ ବିଭାଗର ସଚିବ 19ଟି ବିଭାଗକୁ 30 ତାରିଖ ସୁଦ୍ଧା ଉତ୍ତର ରଖିବାକୁ ଚିଠି ଲେଖିଛନ୍ତି । ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସିଏଜି ରିପୋର୍ଟକୁ ନେଇ ଏପରି କହିଛନ୍ତି ।
2020-21 ଆର୍ଥିକ ବର୍ଷରେ ସରକାର ଦେଇଥିବା ଋଣ ଅର୍ଥର କିଛି ତାଳମେଳ ମିଳୁନାହିଁ । ବର୍ଷ ଶେଷ ସୁଦ୍ଧା ଖାତାରେ ଆକାଉଣ୍ଟ ଜିରୋ ହେବା କଥା । ହେଲେ ଏବେ ବି ପ୍ରଶାସନିକ ଏବଂ ଅର୍ଥ ବିଭାଗରେ ଋଣ 3,500 କୋଟି ଦର୍ଶାଯାଇଛି । 18ଟି ବିଭାଗ ଯେପରିକି ମିଶନ ଶକ୍ତି, ପଶୁ ସଂପଦ ବିଭାଗରେ ଏବେ ଯାଏଁ ଆକାଉଣ୍ଟରେ ଜିରୋ ବାଲାନ୍ସ କରାଯାଇ ନାହିଁ । ବ୍ୟାପକ ଘୋଟଲା ହୋଇଥିବା ଯୋଗୁଁ କେନ୍ଦ୍ରୀୟ ଟିମ୍ ଆସିଲେ ମଧ୍ୟ ଜିଲ୍ଲାପାଳ ଉପସ୍ଥିତ ରହିଲେ ନାହିଁ ଏବଂ ତଥ୍ୟ ଲୁଚେଇଲେ ।