ଓଡିଶା

odisha

ETV Bharat / city

ପିପିଲି ଉପନିର୍ବାଚନ ପ୍ରସଙ୍ଗ, ଏମିତି କହିଲେ ସ୍ଵର୍ଗତ ମହାରଥୀଙ୍କ ପତ୍ନୀ - ଉପ-ନିର୍ବାଚନ ପ୍ରସଙ୍ଗ

ପ୍ରତିକ୍ରିୟା ରଖିଲେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । କହିଲେ ନିର୍ବାଚନରେ ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି। ବିଜେଡି ସୁପ୍ରିମୋ ହିଁ ନିଷ୍ପତ୍ତି ନେବେ। ଅଧିକ ପଢନ୍ତୁ...

ପିପିଲି ଉପ-ନିର୍ବାଚନ ପ୍ରସଙ୍ଗ, ଏମିତି କହିଲେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ
ପିପିଲି ଉପ-ନିର୍ବାଚନ ପ୍ରସଙ୍ଗ, ଏମିତି କହିଲେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ

By

Published : Jan 20, 2021, 1:07 PM IST

Updated : Jan 21, 2021, 6:18 AM IST

ଭୁବନେଶ୍ବର: ଚର୍ଚ୍ଚାରେ ପିପିଲି ରାଜନୀତି ଓ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀ । ପିପିଲିର ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ କିଏ ହେବେ ବିଜେଡି ବିଧାୟକ ପାର୍ଥୀ ତାକୁ ନେଇ ଏବେ ଯୋରଦାର ଚର୍ଚ୍ଚା । କାହାକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉପନିର୍ବାଚନ ପାଇଁ ଦଳର ପାର୍ଥୀ କରିବେ। ପ୍ରଦୀପ ମହାରଥୀଙ୍କ ପୁଅକୁ ଦଳ ପ୍ରାର୍ଥୀ କରିବା ନା ତାଙ୍କ ପତ୍ନୀ ପ୍ରଭାତୀ ମହାରଥୀଙ୍କୁ ପ୍ରାର୍ଥୀ କରିବେ ? ତାହା ଏବେ ଚର୍ଚ୍ଚାର ବିଷୟ । ଏଭଳି ସମୟରେ ଆସିଛି ସ୍ଵର୍ଗତଃ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ।

ପିପିଲି ଉପ-ନିର୍ବାଚନ ପ୍ରସଙ୍ଗ, ଏମିତି କହିଲେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଭାତୀ ମହାରଥୀ କହିଛନ୍ତି ଯେ , ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । କିଏ ଚାହିଁବା ନ ଚାହିଁବା କଥା ନୁହେଁ ଦଳର ସୁପ୍ରିମୋ ଯାହା ଚାହିଁବେ ସେୟା ହବ, ଯଦି ମୋତେ ସୁଯୋଗ ମିଳେ ଖୁସି ହେବି ବୋଲି କହିଛନ୍ତି ପ୍ରଦୀପଙ୍କ ପତ୍ନୀ ପ୍ରଭାତୀ ।

ସୂଚନା ଅନୁସାରେ ପ୍ରଭାତୀ ଆଗାମୀ ଉପନିର୍ବାଚନ ପାଇଁ ବିଜେଡି ଟିକେଟ ଲବିରେ ରହିଛନ୍ତି । ସେପଟେ ତାଙ୍କ ପୁଅ ମଧ୍ୟ ଟିକେଟ ଆଶାରେ ରହିଛନ୍ତି । ଏପରିକି ନିଜ ନିଜ ସ୍ତରରେ ବିଭିନ୍ନ ଦଳୀୟ ନେତାଙ୍କ ପାଖରେ ଲବି କରୁଥିବା ଖବର ଆସୁଛି ।

କିନ୍ତୁ ଏଯାଏ ଉପନିର୍ବାଚନ ନେଇ କୈଣସି ବିଜ୍ଞପ୍ତି ଆସି ନାହିଁ । କିନ୍ତୁ ଟିକେଟ ପାଇଁ ଭିତରେ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 21, 2021, 6:18 AM IST

ABOUT THE AUTHOR

...view details