ଭୁବନେଶ୍ବର:ଅଗଷ୍ଟ 1 ରୁ 31 ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ରହିବ ଲାକଡାଉନ । କଣ୍ଟେନମେଣ୍ଟ ଅଂଚକରୁ କୌଣସି ଲୋକ ବାହାରକୁ ଆସିବେ ନାହିଁ କି ସେହି ଅଞ୍ଚଳକୁ ଯାଇପାରିବେ ନାହିଁ । ଏହାକୁ ନେଇ କଡ଼ାକଡ଼ି କରିଛି ପ୍ରଶାସନ । ଅଗଷ୍ଟ 31 ଯାଏଁ ସମସ୍ତ ଶିକ୍ଷାଅନୁଷ୍ଠାନ ବନ୍ଦ ରହିବ । ଅଗଷ୍ଟ 5 ରୁ ଯୋଗ କେନ୍ଦ୍ର ଓ ଜିମ ଖୋଲା ଯାଇପାରିବ । ଅଗଷ୍ଟ 1 ରୁ 31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ । କେବଳ ରାତି 9 ରୁ ସକାଳ 5 ପର୍ଯ୍ୟନ୍ତ ଜାରି ରହିବ କର୍ଫ୍ୟୁ । ଜରୁରୀ ସେବା ଯୋଗାଉଥିବା କର୍ମଚାରୀଙ୍କୁ ମିଳିବ ଅନୁମତି ।
ବିମାନବନ୍ଦର ଓ ରେଳ ଷ୍ଟେସନ ସହ ବସ ଷ୍ଟାଣ୍ଡରେ ଯାତ୍ରୀବାହି ଗାଡି ଯାଇପାରିବ । ଜାତୀୟ ରାଜପଥରେ ହୋଟେଲ ଖୋଲାଯିବ। କେବଳ ଖାଦ୍ୟ ନେଇପାରିବେ ସେଠାରେ ବସି ଖାଇବା ମନା । ସାରା ରାଜ୍ୟରେ ରାତି କର୍ଫ୍ୟୁ କରାଯିବ କିନ୍ତୁ ଗଂଜାମ ଖୋର୍ଦ୍ଧା ଗଜପତି ଓ କଟକ ସହ ରାଉରକେଲା ମ୍ୟୁନିସିପାଲଟିକୁ ସଟଡାଉନ କରାଯିବ । ସପ୍ତାହର ପ୍ରତି ଶନିବାର ଓ ରବିବାରକୁ ସଟଡାଉନ କରାଯିବ । ଅଗଷ୍ଟ 1 ଓ 2 ତାରିଖ ରେ ସତଡାଉନ । ପରବର୍ତ୍ତୀ ସମୟରେ ଶନିବାର ଓ ରବିବାର କରାଯିବ ।