ଓଡିଶା

odisha

ETV Bharat / city

ଗାନ୍ଧୀ ମାର୍ଗରେ ଗର୍ଜିଲେ ପିଡିଏଫଇଏର କର୍ମଚାରୀ

ଗାନ୍ଧୀ ମାର୍ଗରେ ଗର୍ଜିଲେ ପାୱାର ଡିଷ୍ଟ୍ରିବ୍ୟୁସନ ଫ୍ରାଞ୍ଚାଇଜ ଏମ୍ପ୍ଲୋୟୀ ଆସୋସିଏସନର କର୍ମଚାରୀ । ଆନ୍ଦୋଳନରେ ସାମିଲ ହେଲା ଯୁବ କଂଗ୍ରେସ । ଅଧିକ ପଢନ୍ତୁ....

Power Distribution Franchise Employees Association protest in lower pmg
ଗାନ୍ଧୀ ମାର୍ଗରେ ଗର୍ଜିଲେ ପାୱାର ଡିଷ୍ଟ୍ରିବୁସନ ଫ୍ରାଞ୍ଚାଇଜ ଏମ୍ପ୍ଲୋୟୀ ଆସୋସିଏସନର କର୍ମଚାରୀ

By

Published : Mar 12, 2021, 8:01 PM IST

ଭୁବନେଶ୍ବର: ଗାନ୍ଧୀ ମାର୍ଗରେ ଗର୍ଜିଲେ ପାଓ୍ବାର ଡିଷ୍ଟ୍ରିବ୍ୟୁସନ ଫ୍ରଞ୍ଚାଇଜ ଏମ୍ପ୍ଲୋୟୀ ଆସୋସିଏସନ(PDFEA)ର ସଦସ୍ୟ । ଓଡିଶା ପାଓ୍ବାର ଡିଷ୍ଟ୍ରିବୁସନ କମ୍ପାନୀ ସେସୁ ଅଧୀନରେ ଇଡ୍କୋ ଓ ଇଂଜିନ ଭଳି ଫ୍ରାଞ୍ଚାଇଜ କମ୍ପାନୀରେ ଚାକିରୀ କରିଥିବା କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି । ଏହାସହ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତିକୁ ନେଇ ହାତରେ ପ୍ଲା କାର୍ଡ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି । ଓପେଫା କର୍ମଚାରୀଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲା ଯୁବ କଂଗ୍ରେସ । ୨୦୦୩ ରୁ କର୍ମଚାରୀମାନେ ଫ୍ରାଞ୍ଚାଇଜ ଅଧିନରେ କାମ କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନି।

ଗାନ୍ଧୀ ମାର୍ଗରେ ଗର୍ଜିଲେ ପାୱାର ଡିଷ୍ଟ୍ରିବୁସନ ଫ୍ରାଞ୍ଚାଇଜ ଏମ୍ପ୍ଲୋୟୀ ଆସୋସିଏସନର କର୍ମଚାରୀ

ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କର୍ମଚାରୀ। କାରଣ ୭୦୦ କର୍ମଚାରୀ ଓ ୫୦୦୦ ଇଞ୍ଜିନିଅର ଦୀର୍ଘଦିନ ହେବ ଅବିରତ ଭାବରେ ବିଦ୍ୟୁତ କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିଆସିଥିଲେ । ହେଲେ ସରକାରଙ୍କ କାମ ସରିଗଲା ପରେ ଏମାନଙ୍କୁ ଦେଇଥିବା ପ୍ରତିଶୃତି ସରକାର ଭୁଲିଯାଇଛନ୍ତି ବୋଲି ଅଭିଯୋଗ ହୋଇଛି । ୬ ବର୍ଷ ପରେ ସ୍ଥାୟୀ ଚାକିରିର ପ୍ରତିଶୃତି ରାଜ୍ୟ ସରକାର ଭୁଲିଯାଇ ଘରୋଇ କମ୍ପାନୀ ଦ୍ବାରା ଏମାନଙ୍କୁ ଶୋଷଣ କରିବା ସହ ଛଟେଇ କରୁଛନ୍ତି । ଯାହାକୁ ନେଇ ଉଭୟ କର୍ମଚାରୀ ଓ ଯୁବ କଂଗ୍ରେସ କର୍ମୀ ମାଷ୍ଟର କ୍ୟାଣ୍ଟିନ ବିଶାଳ ଶୋଭାଯାତ୍ରା ସହ ବିକ୍ଷୋଭ କରିଥିଲେ ।

୫୦୦ରୁ ଅଧିକ କର୍ମଚାରୀ ଏଥିରେ ସାମିଲ ହୋଇଥିବା ବେଳେ ସରକାର ବିରୋଧୀ ନାରାବାଜି ସହ ରାସ୍ତାରୋକ ମଧ୍ୟ କରିଥିଲେ । ସେମାନଙ୍କ ଆନ୍ଦୋଳନ ୧୯୦ ଦିନରେ ପହଞ୍ଚିଛି । ହେଲେ ସରକାର ସେମାନଙ୍କ ହିତ ପାଇଁ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି । ତେବେ ୨୭ ଦିନ ହେବ ସ୍ଥାୟୀ ସମାଧାନ ପାଇଁ ବିଭାଗ ବି ପ୍ରତିଶୃତି ଦେଇଥିବା ବେଳେ ଏଯାବତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେଣୁ ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଯଦି ସରକାର ସେମାନଙ୍କ ଦାବି ପୁରଣ ନ କରନ୍ତି । ତେବେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ର ହେବ ବୋଲି ବିଭାଗୀୟ ମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି ପାଓ୍ବାର ଡିଷ୍ଟ୍ରିବୁସନ ଫ୍ରଞ୍ଚାଇଜ ଏମ୍ପ୍ଲୋୟୀ ଆସୋସିଏସନ କର୍ମଚାରୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details