ଓଡିଶା

odisha

ETV Bharat / city

ମୃତ୍ୟୁ ସଂଖ୍ୟା ନେଇ ଲିଖିତ ଅଭିଯୋଗ ଆସିଲେ ସାର୍ବଜନୀନ ହେବ ପୋଷ୍ଟମର୍ଟମ ରିପୋର୍ଟ: ସ୍ୱାସ୍ଥ୍ୟ ମନ୍ତ୍ରୀ - Odisha Assembly news

ରାୟଗଡା କାଶୀପୁର ଝାଡବାନ୍ତି ନେଇ ଆଜି ପୁନର୍ବାର ବିଧାନସଭାରେ ପ୍ରସଙ୍ଗ ଉଠିଛି । ସରକାରଙ୍କୁ ଘେରିବା ସହ ମୃତ୍ୟୁ ରିପୋର୍ଟ ସାର୍ବଜନୀନ କରିବା ନେଇ ଦାବି କରିଛନ୍ତି ବିରୋଧୀ । ଜବାବ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟ ମନ୍ତ୍ରୀ
ସ୍ୱାସ୍ଥ୍ୟ ମନ୍ତ୍ରୀ

By

Published : Jul 26, 2022, 5:55 PM IST

Updated : Jul 26, 2022, 7:05 PM IST

ଭୁବନେଶ୍ବର: ରାୟଗଡା କାଶୀପୁର ଝାଡବାନ୍ତି ନେଇ ଆଜି ପୁନର୍ବାର ବିଧାନସଭାରେ ପ୍ରସଙ୍ଗ ଉଠିଛି । ସରକାରଙ୍କୁ ଘେରିବା ସହ ମୃତ୍ୟୁ ରିପୋର୍ଟ ସାର୍ବଜନୀନ କରିବା ନେଇ ଦାବି କରିଛନ୍ତି ବିରୋଧୀ । ଜବାବ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ମୃତ୍ୟୁ ସଂଖ୍ୟା ନେଇ ଲିଖିତ ଅଭିଯୋଗ ଆସିଲେ ସାର୍ବଜନୀନ ହେବ ପୋଷ୍ଟମର୍ଟମ ରିପୋର୍ଟ: ସ୍ୱାସ୍ଥ୍ୟ ମନ୍ତ୍ରୀ

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନ ରାୟଗଡା କାଶୀପୁର ଝାଡାବାନ୍ତି ମୃତ୍ୟୁ ସଂଖ୍ୟା ବଢିଥାଇ ପାରେ । ଅନୁଧ୍ୟାନ ସମୟରେ ମୃତ୍ୟୁ ସଂଖ୍ୟା ଯାହା ଥିଲା ମୁଁ ରାଜ୍ୟବାସୀଙ୍କୁ ଅବଗତ କରିଥିଲି । ଏବେ ଏହି ସଂଖ୍ୟା ବଢିଥାଇପାରେ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଶୀପୁର ଉପରେ ତୀକ୍ଷଣ ନଜର ରଖାଯାଇଛି ।

ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରହିଛି । ମୃତ୍ୟୁ ସଂଖ୍ୟା 9 ନୁହେଁ 14 ବୋଲି ଅଭିଯୋଗ ଆସୁଛି । ଅଭିଯୋଗକୁ ମୋତେ ଲିଖିତ ଭାବେ ଦେଲେ ମୃତ୍ୟୁ ବ୍ୟକ୍ତିଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ବିଭାଗ ପକ୍ଷରୁ ସାର୍ବଜନୀନ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 26, 2022, 7:05 PM IST

ABOUT THE AUTHOR

...view details