ଭୁବନେଶ୍ବର: ସଫ୍ଟଓୟାର ଇଞ୍ଜିନିୟର ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା (software engineer shweta death case) । ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଛି । ଶ୍ବେତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏନେଇ ଖୁଲାସା ହୋଇଛି (post mortem report of Sweta death case) । ଶରୀର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟର ଏହି ଘଟଣା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ।
ଶ୍ବେତାଙ୍କ ପରିବାର ଅଭିଯୋଗ କ୍ରମେ ପୁରୁଷ ବନ୍ଧୁ ସୌମ୍ୟଜିତ ବିରୋଧରେ ୩୦୬ ଦଫା ଲାଗିଛି । ସୌମ୍ୟଙ୍କ ମାନସିକ ସ୍ଥିତି ଭଲନାହିଁ । ଯାହାଦ୍ବାରା ପରିବାର ଲୋକଙ୍କ ସହ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ଘରଲୋକେ ସହଯୋଗ କରିବାକୁ ଡିସିପି କହିଛନ୍ତି। ଝିଅର ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଶ୍ବେତାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ସାମାଜିକ କର୍ମୀ ସୁବ୍ରତ ଦାସ । ମୃତ ଶ୍ବେତା ଉତ୍କଳ କୁମାରଙ୍କ ପରିବାରକୁ 30 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଟିମ ତଦନ୍ତ କରିବା ପାଇଁ ଏନଏଚଆରସିଙ୍କୁ ଅନୁରୋଧ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ସଫ୍ଟୱେର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣା, NHRCରେ ମାମଲା