ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ପୁଣି ପରିବର୍ତ୍ତନ । ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମରେ 24 ଓ ଖୋର୍ଦ୍ଧାରେ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ମୁମ୍ବାଇର ଟ୍ରକ ଡ୍ରାଇଭର ହୋଇଥିବା ଜଣାପଡିଛି । ସେ ଦୁର୍ଘଟଣାର ଶିକାର ହେବା ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏଥିସହ ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା 271 ନୁହେଁ ବରଂ 270 ରହିଥିବା ସ୍ପଷ୍ଟ ହୋଇଛି ।
ଖୋର୍ଦ୍ଧାରେ ଚିହ୍ନଟ ଆକ୍ରାନ୍ତ ମୁମ୍ବାଇର ଡ୍ରାଇଭର, ରାଜ୍ୟରେ ମୋଟ 270 - ଓଡିଶାରେ କୋରୋନା
ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ପୁଣି ପରିବର୍ତ୍ତନ । ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମରେ 24 ଓ ଖୋର୍ଦ୍ଧାରେ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ମୁମ୍ବାଇର ଟ୍ରକ ଡ୍ରାଇଭର ହୋଇଥିବା ଜଣାପଡିଛି ।
ତେବେ ଶୁକ୍ରବାର ଖୋର୍ଦ୍ଧାରେ କୌଣସି ପଜିଟିଭ ମାମଲା ରହିନଥିବା ସ୍ପଷ୍ଟ ହୋଇଛି । ସେପଟେ ସନ୍ଧ୍ୟାରେ ଆସିଥିବା ପଜିଟିଭ ମାମଲା ଖୋର୍ଦ୍ଧାର ନୁହେଁ ମହାରାଷ୍ଟ୍ରର ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୂଚନା ଅନୁଯାୟୀ ମୁମ୍ବାଇର ଏକ ଟ୍ରକ ଡ୍ରାଇଭରଙ୍କ ଖୋର୍ଦ୍ଧାରେ ଦୁର୍ଘଟଣା ହୋଇଥିଲା । ଟେଷ୍ଟିଂ ପରେ ସେ ପଜିଟିଭ ରହିଥିବା ଜଣାପଡିଥିଲା । ବର୍ତ୍ତମାନ ଏମ୍ସରେ ତାଙ୍କର ଚିକିତ୍ସା ଜାରି ରହିଛି । ଏଥିସହ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାରେ ମୋଟ ପଜିଟିଭ ମାମଲା ସଂଖ୍ୟା 50 ଓ ଗଞ୍ଜାମରେ ମୋଟ 71 ରହିଛି ।
ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ