ଓଡିଶା

odisha

ETV Bharat / city

ଖୁବଶୀଘ୍ର ଅଙ୍ଗନବାଡିରେ କାର୍ଯ୍ୟକ୍ଷମ ହେବ ପୋଷଣ ଯୋଜନା, ବଢିବ ଖାଦ୍ୟର ମାନ

ଅଙ୍ଗନବାଡିରେ ଶିଶୁଙ୍କୁ ଦିଆଯିବ ନାହିଁ ନିମ୍ନମାନର ଖାଦ୍ୟ । ଖାଦ୍ୟର ମାନ ବଢାଯିବ । କାର୍ଯ୍ୟକ୍ଷମ ହେବ ପୋଷଣ ଯୋଜନା ଫଳରେ ଶିଶୁମାନେ ସୁରକ୍ଷିତ ରହିବେ ବୋଲି କହିଛନ୍ତି ଶିଶୁ ଓ ମହିଳା ବିକାଶ କଲ୍ୟାଣ ମନ୍ତ୍ରୀ ।

By

Published : Jan 14, 2020, 11:58 PM IST

posana-scheme
posana-scheme

ଭୁବନେଶ୍ବର: ଅଙ୍ଗନବାଡିରେ ବଢାଯିବ ଖାଦ୍ୟର ମାନ । ଯେଉଁଭଳି ଭାବରେ ନିମ୍ନମାନର ଖାଦ୍ୟ ଦିଆଯାଉଛି ତାହା ଖାଦ୍ୟର ମାନ ବଢାଇଦିଆଯିବ। ଫଳରେ ଶିଶୁମାନେ ସୁରକ୍ଷିତ ରହିପାରିବେ ବୋଲି କହିଛନ୍ତି ଶିଶୁ ଓ ମହିଳା ବିକାଶ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ।

ଖୁବ ଶୀଘ୍ର ଅଙ୍ଗନବାଡିରେ କାର୍ଯ୍ୟକ୍ଷମ ହେବ ପୋଷଣ ଯୋଜନା, ବଢାଯିବ ଖାଦ୍ୟର ମାନ


ଅଙ୍ଗନବାଡି ଓ ସିଡବ୍ଲୁସି ମାଧ୍ୟମରେ ପ୍ରତ୍ୟକ ଅଙ୍ଗନବାଡିରେ ଥିବା ଶିଶୁ ସୁରକ୍ଷିତ ସାଙ୍ଗକୁ ସେମାନଙ୍କୁ ଭଲ ଭାବରେ ଖାଦ୍ୟର ମାନ ଦିଆଯିବ। ସେନେଇ ରାଜ୍ୟ ସରକାର ଚେଷ୍ଟିତ ହୋଇଛନ୍ତି।

ରାଜ୍ୟ ସରକାର ପୋଷଣ ସ୍କିମ ଯୋଜନା ମାଧ୍ୟମରେ କିଛି ଜିନିଷ ବ୍ୟବହାର କରାଯିବ। ଏନେଇ ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ଭଲ ଭାବରେ ଖାଦ୍ୟ ଦିଆଯାଇବାକୁ ନେଇ ବିଭିନ୍ନ ଯୋଜନା କରାଯାଉଛି। ଏହି ସମସ୍ତ ଯୋଜନା ଖୁବ ଶୀଘ୍ର ରାଜ୍ୟ ସରକାର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟକାରୀ କରିବେ ବୋଲି ଶିଶୁ ଓ ମହିଳା ବିକାଶ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details