ଓଡିଶା

odisha

ETV Bharat / city

ରାଜ୍ୟ ସରକାରଙ୍କ ବ୍ୟାଙ୍କର ଏମିତି ସ୍ଥିତି, ବଞ୍ଚିବାକୁ ହେୟ ମନେ କଲେଣି କର୍ମଚାରୀ

13 ମାସ ହେବ ଦରମା ପାଉନାହାଁନ୍ତି ରାଜ୍ୟ ସମବାୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କର କର୍ମଚାରୀ । ଚିନ୍ତାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ ବ୍ୟାଙ୍କର ଏମିତି ସ୍ଥିତି, ବଞ୍ଚିବାକୁ ହେୟ ମନେ କଲେଣି କର୍ମଚାରୀ
ରାଜ୍ୟ ସରକାରଙ୍କ ବ୍ୟାଙ୍କର ଏମିତି ସ୍ଥିତି

By

Published : Nov 2, 2020, 3:10 PM IST

Updated : Nov 2, 2020, 7:38 PM IST

ଭୁବନେଶ୍ବର: ରାଜ୍ୟ ସମବାୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରେ ମିଳୁନି ଦରମା ! ମାନସିକ ଚାପଗ୍ରସ୍ତରେ ମୃତ୍ୟୁବରଣ କରୁଛନ୍ତି କର୍ମଚାରୀ ! ହେଲେ କର୍ଣ୍ଣପାତ କରୁନାହାଁନ୍ତି ସରକାର ! 13 ମାସର ଦରମା ନଦେଇ ବ୍ୟାଙ୍କ ବନ୍ଦ କରିବାକୁ ଚଳାଇଛନ୍ତି ମସୁଧା ! ଏପରି କିଛି ଅଭିଯୋଗ ଆଣିଛନ୍ତି ବ୍ୟାଙ୍କ କର୍ମଚାରୀ ।

ଜଣେ କି 2 ଜଣ ନୁହେଁ, ଦରମାକୁ ନେଇ ବ୍ୟାଙ୍କର 21 କର୍ମଚାରୀ ଏବେ ଚିନ୍ତାରେ । ସ୍ଥିତି ଏପରି ହୋଇଛି ଯେ, ଜଗତ ଜୀବନ ଚୌଧୁରୀ ନାମକ ଜଣେ କର୍ମଚାରୀଙ୍କ ଦେହାନ୍ତ ହୋଇଛି । ଅଫିସରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର ପରେ ଡାକ୍ତରଖାନାରେ ତାଙ୍କର ଜୀବନ ଯାଇଛି । ଆଉ ମୃତ୍ୟୁର କାରଣ ଅତ୍ୟଧିକ ମାନସିକ ଚାପ ବୋଲି ଆସିଛି ଅଭିଯୋଗ । ଏଭଳି ପରିସ୍ଥିତିରେ ବ୍ୟାଙ୍କ କର୍ମଚାରୀମାନେ ନିଜର ପରିବାରର କିଭଳି ଭରଣପୋଷଣ କରି ଓ କାହିଁକି ଅଫିସ ଆସି କାମ କରିବେ ସେ ନେଇ ଚିନ୍ତାରେ କାଳାତିପାତ କରୁଛନ୍ତି ।

ରାଜ୍ୟ ସରକାରଙ୍କ ବ୍ୟାଙ୍କର ଏମିତି ସ୍ଥିତି, ବଞ୍ଚିବାକୁ ହେୟ ମନେ କଲେଣି କର୍ମଚାରୀ

ଗାଁ ଗୁଡିକରେ ଏଗ୍ରିକଲଚର ଲ୍ୟାଣ୍ଡ ବନ୍ଧକ ରଖି ଋଣ ଦେବା ଏହି ବ୍ୟାଙ୍କର କାମ । ଯାହା ବ୍ୟାଙ୍କ ସୂଚାରୁ ରୂପେ କରିଆସୁଥିବାବେଳେ ଏବେ ସ୍ଥିତି ଅଣାୟତ୍ତ ରହିଛି । 2008 ମସିହାରେ 147 କୋଟି ଡିଡବ୍ଲୁଡିଆର ଥିଲା । ହେଲେ ଏବେ 22 କୋଟି ଅଛି । ବ୍ୟାଙ୍କର ଏପରି ସ୍ଥିତି ନେଇ ସରକାର ଏହାକୁ ବନ୍ଦ କରିବାକୁ ବସିଥିବାବେଳେ କର୍ମଚାରୀ ମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ବ୍ୟାଙ୍କ ବନ୍ଦ ନକରି ଚଳାଇବା ସହ ଦରମା ଦେବାକୁ କହିଛନ୍ତି । ହେଲେ ସରକାର ନା ଦରମା ଦେଉଛନ୍ତି ନା ଏମାନଙ୍କ ପାଇଁ କିଛି କରୁଛନ୍ତି ।

ତେବେ ଏ ଭିତରେ ଦରମା ନପାଇ 8ଜଣ କର୍ମଚାରୀ ଅବସର ଗ୍ରହଣ କରିଥିବାବେଳେ ଆଉ କେତେକ କର୍ମଚାରୀ କେବେନାକେବେ ଦରମା ମିଳିବା ଆଶାରେ ଅଫିସ ଆସୁଛନ୍ତି । କେବେ ସରକାରଙ୍କ ଶୁଭ ଦୃଷ୍ଟି ପଡିବ ଆଉ କେବେ ଦରମା ମିଳିବ ତାହା ତ କେବଳ ସମୟ ହିଁ କହିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 2, 2020, 7:38 PM IST

ABOUT THE AUTHOR

...view details