ଓଡିଶା

odisha

ETV Bharat / city

ବାତ୍ଯା ‘ଫନି’ ପାଇଁ ଡିଜିପିଙ୍କ ଗୁରୁତ୍ବପୁର୍ଣ୍ଣ ବୈଠକ

ସାମୁଦ୍ରିକ ଝଡ ‘ଫନି’ ନେଇ ପୋଲିସ ମହାନିର୍ଦ୍ଦେଶକ ଆରପି ଶର୍ମାଙ୍କ ଗୁରୁତ୍ବପୁର୍ଣ୍ଣ ବୈଠକ । ବାତ୍ୟା ମୁକାବିଲା ନେଇ ଆଲୋଚନା କଲେ ଡିଜିପି ।

By

Published : Apr 30, 2019, 5:32 PM IST

ଫଟୋ ସୌଜନ୍ୟ; ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ସମ୍ଭାବ୍ଯ ବାତ୍ୟା ନେଇ ପୋଲିସ ଡିଜି ମଙ୍ଗଳବାର ଏକ ଗୁରୁତ୍ବପୁର୍ଣ୍ଣ ବୈଠକ କରିଛନ୍ତି । ଡିଜି କ୍ଯାମ୍ପ ଅଫିସରେ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ; ସମ୍ବାଦଦାତା, ଭୁବନେଶ୍ୱର

ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଲ ଆଣ୍ଡ ଅର୍ଡର ଏଡିଜି ସଞ୍ଜୀବ ପଣ୍ଡା, ଡିଆଇଜି ଅମିତାଭ ଠାକୁର ଓ ଅନ୍ଯ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନେଇ ଆଲୋଚନା କରିଛନ୍ତି ଡିଜି । ବିଶେଷକରି କିଭଳି ପୋଲିସ ପକ୍ଷରୁ ସତର୍କତାମୁଳକ ପଦକ୍ଷେପ ନିଆଯିବ ଓ ସ୍ଥିତି କଣ ରହିଛି ସେ ନେଇ ସମିକ୍ଷା କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details