ଓଡିଶା

odisha

By

Published : Sep 24, 2020, 11:00 PM IST

ETV Bharat / city

ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧୀଙ୍କ ବିରୋଧ

ଅନ୍ୟପଟେ ବିଦ୍ୟୁତ ଦର ବୃଦ୍ଧି କରିବା ନିଷ୍ପତ୍ତି ରାଜ୍ୟ ସରକାର ନୁହେଁ, ବରଂ ଓଇଆରସି ନେଇଥାଏ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

politics starts over electric bill hike, Opposition demand to withdraw decision
ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧୀଙ୍କ ବିରୋଧ

ଭୁବନେଶ୍ବର: ଦୀର୍ଘ ୭ବର୍ଷ ପରେ ବିଦ୍ୟୁତ ଦରରେ ୪ ପ୍ରତିଶତ ବୃଦ୍ଧି ହୋଇଛି । ଉତ୍ପାଦନ, ପ୍ରସାରଣ ଏବଂ ବଣ୍ଟନ ଖର୍ଚ୍ଚ ବଢିଥିବାରୁ ଶୁକ୍କ ବୃଦ୍ଧି କରାଯାଇଥିବା କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ତେବେ ଏହି ନିଷ୍ପତ୍ତିକୁ ନେଇ ରାଜନୀତି ଜୋର ଧରିଛି । ବିଜୁଳି ଦର ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ବିରୋଧୀ ଦାବି କରିଛନ୍ତି ।

ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧୀଙ୍କ ବିରୋଧ

କୋରୋନା ସମୟରେ ଲୋକଙ୍କ ଆର୍ଥକ ସ୍ଥିତି ଠିକ ନଥିବାରୁ ସରକାର ଦର ବୃଦ୍ଧିକୁ ପ୍ରତ୍ୟାହାର କରନ୍ତୁ ବୋଲି ବିରୋଧୀ ଦଳ ନେତା ଦାବି କରିଛନ୍ତି । ବିଜେପି ଓଇଆରସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିବା ବେଳେ କଂଗ୍ରେସ ରାଜରାସ୍ତାକୁ ଓଲ୍ଲାଇବାକୁ ଚେତାବନୀ ଦେଇଛି ।

ଅନ୍ୟପଟେ ବିଦ୍ୟୁତ ଦର ବୃଦ୍ଧି କରିବା ନିଷ୍ପତ୍ତି ରାଜ୍ୟ ସରକାର ନୁହେଁ, ବରଂ ଓଇଆରସି ନେଇଥାଏ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଦୀର୍ଘ ୭ ବର୍ଷ ପରେ ଓଡ଼ିଶାରେ ବିଦ୍ୟୁତ ଦର ମାତ୍ର ୪ ପ୍ରତିଶତ ବୃଦ୍ଧି ପାଇଛି । ଉତ୍ପାଦନ, ପ୍ରସାରଣ, ଓ ବଣ୍ଟନ ଖର୍ଚ୍ଚ ବଢିଥିବାରୁ ଶୂକ୍କ ବୃଦ୍ଧି କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

ପ୍ରେସବିଜ୍ଞପ୍ତି ଜରିଆରେ ଓଇଆରସି ମଧ୍ୟ ଦର ବୃଦ୍ଧି ନେଇ ସ୍ପଷ୍ଟ କରିଛି । ବର୍ଷ ୨୦୦୧-୦୨, ୨୦୦୯-୧୦, ୨୦୧୪-୧୫, ୨୦୧୬-୧୭, ୨୦୧୮-୧୯ ଓ ୨୦୧୯-୨୦ ଆର୍ଥକ ବର୍ଷରେ ବିଦ୍ୟୁତ ଦଳ ବୃଦ୍ଧି କରଯାଇନାହିଁ । ଗ୍ରୀଡ଼କୋ ଉପରେ ୬୬୬କୋଟି ନିଆଣ୍ଟିଆ ବୋଝ ପଡ଼ିଥିବାରୁ ଦର ବୃଦ୍ଧି ହୋଇଥିବା ଓଇଆରସି ଯୁକ୍ତି ବାଢିଛି । ତେବେ କୃଷିକ, ବିପିଏଲ ଉପଭୋକ୍ତଙ୍କ କ୍ଷେତ୍ରରେ ଏହି ଦର ଲାଗୁ ହେବ ନାହିଁ ବୋଲି ଓଇଆରସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅକ୍ଟୋବର ପହିଲାରୁ ନୂଆ ଦର ଲାଗୁ ହେବ । ହେଲେ ବିଦ୍ୟୁତ ଦର ବୃଦ୍ଧି ଛଡ଼ା ମିଟର ଭଡ଼ା, ଓପିଟିସିଏଲ ପରିବହନ ଜନିତ ଖର୍ଚ୍ଚ ଆଦି ନିୟାମକ ଆୟୋଗ ଅପରିବର୍ତ୍ତିତ ରଖିଛି । ତେବେ କୋରୋନା ମହାମାରୀ ସମୟରେ ଦର ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ଭୁବନେଶ୍ବରରୁ ତାପସ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details