ଭୁବନେଶ୍ବର: ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ପାଇଁ ବାହାର ଜିଲ୍ଲାର ଲୋକଙ୍କ ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇବା ପରେ ଏହାକୁ ନେଇ ତେଜୁଛି ରାଜନୀତି । ଉଭୟ ବିରୋଧି ଦଳ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଥିବା ଦେଖିବାକୁ ମିଳିଛି । ସ୍ବର୍ଗଦ୍ବାର ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ କଟକଣା ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ।
ମହୋଦଧୀରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ରାଜ୍ୟର ପ୍ରତି କୋଣ ଅନୁକୋଣରୁ ଲୋକ ଆସିଥାନ୍ତି । ଏଥିରେ ଓଡିଶା ଲୋକଙ୍କର ଆସ୍ଥା ଜଡିତ ହୋଇ ରହିଛି । ରାଜ୍ୟସରକାର କୌଣସି ପ୍ରକାରରେ ଦିନ୍ଦୁ ଧର୍ମ ଏବଂ ଓଡିଆ ଲୋକଙ୍କ ଆସ୍ଥାକୁ ହତ୍ୟା କରିପାରିବେ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ଏପରି ହେବା ଠିକ ନୁହେଁ । ପୁରୀ କାହାର ନୁହେଁ । ସମସ୍ତଙ୍କୁ ଛଡ଼ାଯିବା ଉଚିତ୍ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଦ୍ବାରା ଘୋଷିତ ହୋଇଥିବା କୋଭିଡ ନିୟନ୍ତ୍ରଣ ନିୟମକୁ ଅନୁପାଳନ କରାଇବା ଦାୟିତ୍ବ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର । ଏହାକୁ ପାଳନ କରି ଅନ୍ତିମସଂସ୍କାର କରିବାର ଅନୁମତି ଦେବା ସରକାରଙ୍କ ନୈତିକ ଦାୟିତ୍ବ ମଧ୍ୟ ।