ଓଡିଶା

odisha

ETV Bharat / city

କଲେଜ ପରିଚାଳନା କମିଟିରେ ଆଉ ରହିବେନି ରାଜନେତା

କଲେଜ ପରିଚାଳନା ପରିଷଦରେ ରହିବେନି ବିଧାୟକ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓଡିଶା ଅଭିଭାବକ ମହାଂସଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।

politician not  include in collage management  meeting
କଲେଜ ପରିଚାଳନା କମିଟିରେ ଆଉ ରହିବେନି ରାଜନେତା

By

Published : Jan 23, 2020, 8:51 PM IST

ଭୁବନେଶ୍ବର: କଲେଜ ପରିଚାଳନା ପରିଷଦରେ ରହିବେନି ବିଧାୟକ । କେବଳ ଶିକ୍ଷାବିତମାନେ ହିଁ କଲେଜ ପରିଚାଳନା ପରିଷଦରେ ସଦସ୍ୟ ହୋଇ ରହିବେ । ଗୁରୁବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓଡିଶା ଅଭିଭାବକ ମହାଂସଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ସୂଚନା ଦେଇଛନ୍ତି।

କଲେଜ ପରିଚାଳନା କମିଟିରେ ଆଉ ରହିବେନି ରାଜନେତା

ତେବେ କଲେଜ ପରିଚାଳନା କମିଟିକୁ ଅଧିକ ସଶକ୍ତ କରାଯିବ କ୍ଷେତ୍ରରେ ଏହି ପରିବର୍ତ୍ତନ ଅଣାଯାଉଛି । ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ, ଯେଉଁମାନଙ୍କ ପରିଚାଳନାଗତ ଦକ୍ଷତା ଥିବ ସେମାନଙ୍କୁ ଏହି ଗୁରୁଦାୟିତ୍ବ ଦିଆଯିବ । ଏହା ଉପରେ ଉଚ୍ଚଶିକ୍ଷା ବିଭାଗ ଶ୍ରୀଘ ବିଜ୍ଞପ୍ତି ପ୍ରକାଶ କରିବ । ଯାହାଦ୍ବାରା କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ । ଫଳରେ କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିପାରିବ ଓ ସୁଦୃଢ ହେବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ସେହିଭଳି ଅଧ୍ୟାପକଙ୍କୁ ଘରୋଇ ଭାବେ ପାଠପଢ଼ାକୁ ମନା କରିଛନ୍ତି ଅରୁଣ ସାହୁ । ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କୁ ବି ଏନେଇ ଚେତାବନୀ ଦିଆଯାଇଛି । ଘରୋଇ ଭାବେ କୋଚିଂ ଦେଉଥିଲେ ଏଣିକି ଆଉ ନିସ୍ତାର ନାହିଁ । ରାଜ୍ୟ ସରକାର ସେଥିପାଇଁ ପଦକ୍ଷେପ ନେବେ । ଯେଉଁ ଅଧ୍ୟାପକମାନେ ଘରୋଇ କୋଚିଂ ଦେଉଛନ୍ତି, ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉଚ୍ଚଶିକ୍ଷା ବୋର୍ଡ ଅନୁସାରେ ଦୃଢ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details