ଓଡିଶା

odisha

By

Published : Feb 10, 2022, 8:45 AM IST

ETV Bharat / city

ପ୍ରଶଂସା ରାଜନୀତି: ରାଜ୍ୟରେ ଟଣାଓଟରା, କେନ୍ଦ୍ରରେ କୋଳାକୋଳି

ରାଜ୍ୟସଭାରେ ନବୀନଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ନବୀନ-ମୋଦି ଭିତରେ ଖୋଳାକୋଳି ହେଉଥିବା ଓ ରାଜ୍ୟରେ ଡ୍ରାମା କରୁଥିବା କହିଲା କଂଗ୍ରେସ । ଅଧିକ ପଢନ୍ତୁ

ପ୍ରଶଂସା ରାଜନୀତି: ରାଜ୍ୟରେ ଟଣାଓଟରା, କେନ୍ଦ୍ରରେ କୋଳାକୋଳି
ପ୍ରଶଂସା ରାଜନୀତି: ରାଜ୍ୟରେ ଟଣାଓଟରା, କେନ୍ଦ୍ରରେ କୋଳାକୋଳି

ଭୁବନେଶ୍ବର: ରାଜ୍ୟସଭାରେ ନବୀନଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି ମୋଦି । ଦେଶରେ କୋଇଲା ଓ ଖଣି କ୍ଷେତ୍ରରେ ବ୍ୟାପକ ସଂସ୍କାର କରାଯାଇଛି । ଏହି ସଂସ୍କାର ପ୍ରକ୍ରିୟା କାର୍ଯ୍ୟାକାରୀ କରିବାରେ ଓଡିଶା ଆଗୁଆ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ରାଜ୍ୟ ବିଜେପି ପଡିଛି ଅକଳରେ । ବିଭିନ୍ନ ପ୍ରସଙ୍ଗକୁ ନେଇ ଅନେକ ସମୟରେ ବିଜେଡିକୁ ଶାଣିତ ଆକ୍ରମଣ କରୁଥିବା ଏହି ବିରୋଧି ଦଳ ଏବେ ଚୁପ୍ ବସିଛି ।

ପ୍ରଶଂସା ରାଜନୀତି: ରାଜ୍ୟରେ ଟଣାଓଟରା, କେନ୍ଦ୍ରରେ କୋଳାକୋଳି

ନବୀନଙ୍କୁ ମୋଦିଙ୍କ ପ୍ରଶଂସା ପରେ ପ୍ରତିକ୍ରିୟା ରଖିଛନ୍ତି ଶାସକ ନେତା । ଖଣି କ୍ଷେତ୍ରରେ ଯେଉଁ ସଂସ୍କାର ଆସିଛି ସେଥିରେ ଓଡ଼ିଶାର ପ୍ରଦର୍ଶନ ଖୁବ ଭଲ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଅନେକ ସଂସ୍କାର ଅଣାଯାଇଛି । ତେଣୁ ଯାହା ସତ୍ୟ ତାହା ପ୍ରଧାନମନ୍ତ୍ରୀ ସଂସଦରେ କହିଥିବା ବିଜେଡି କହିଛି ।

ଅନ୍ୟପଟେ ଏହି ଘଟଣାକୁ କଡା ସମାଲୋଚନା କରିଛି ରାଜ୍ୟ କଂଗ୍ରେସ । ନବୀନ-ମୋଦି ଭିତରେ କୋଳାକୋଳି ହେଉଛନ୍ତି । କେବଳ ଉପର ଠାଉରିଆ ଭାବେ ରାଜ୍ୟରେ ବିରୋଧି ବିଜେପି ଶାସକ ଦଳକୁ ଆକ୍ରମଣ କରୁଛି । ଯାହାକୁ ସମ୍ପୂର୍ଣ୍ଣ ଡ୍ରାମା କହିଛନ୍ତି କଂଗ୍ରେସ ନେତା । ଓଡିଶାର କୋଟି କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଉପରେ ବକେୟା ପଡି ରହିଛି । ରାଜ୍ୟକୁ ଫୋକସ ଷ୍ଟେଟର ମାନ୍ୟତା, ଜାତିଭିତ୍ତିକ ଗଣନା, ୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବିକୁ କେନ୍ଦ୍ର ପୂରଣ କରିନାହିଁ ବୋଲି ଦଳ ଦାବି କରିଛି । ଏଥିସହ ଶୀତଳାପଲ୍ଲୀରେ ଓ୍ବାଗତ କାରଖାନା, ନୀଳାଚଳ ଇସ୍ପାତ, ବିମାନବନ୍ଦର, ନାଲକୋକୁ ଘରୋଇକରଣ ନେଇ କେନ୍ଦ୍ରକୁ ଟାର୍ଗେଟ ରାଜ୍ୟ କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details