ଓଡିଶା

odisha

ETV Bharat / city

କୋରୋନା ଟେଷ୍ଟିଂକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ସାରା ଦେଶରେ କୋରୋନା ପରୀକ୍ଷାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ଏଯାବତ ରାଜ୍ୟରେ କୋରୋନା ଟେଷ୍ଟି 1 ଲକ୍ଷ ମିଲିୟନରେ ପହଞ୍ଚିଛି । ବର୍ତ୍ତମାନ ଦୈନିକ ୫୦ହଜାରୁ ଅଧିକ ଟେଷ୍ଟିଂ କରାଯାଉଛି । ଯାହାକୁ ନେଇ ଶାସକ ବିଜେଡ଼ି ଓ ବିଜେପି ଏହାକୁ ପ୍ରଶଂସା କରିଛି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ରାୟ କହିଛନ୍ତି ଯେ, ୫୦ ହଜାର ଟେଷ୍ଟିଂ ଏକ କଞ୍ଚା ମିଛ କଥା । ଅଧିକ ଟେଷ୍ଟିଂ କରନ୍ତୁ ରାଜ୍ୟ ସରକାର ।

କୋରୋନା ଟେଷ୍ଟିଂକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ
କୋରୋନା ଟେଷ୍ଟିଂକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

By

Published : Aug 18, 2020, 8:25 PM IST

ଭୁବନେଶ୍ବର: ସାରା ଦେଶରେ କୋରୋନା ପରୀକ୍ଷାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ଏଯାବତ ରାଜ୍ୟରେ କୋରୋନା ଟେଷ୍ଟି 1 ଲକ୍ଷ ମିଲିୟନରେ ପହଞ୍ଚିଛି । ବର୍ତ୍ତମାନ ଦୈନିକ ୫୦ହଜାରୁ ଅଧିକ ଟେଷ୍ଟିଂ କରାଯାଉଛି । ଯାହାକୁ ନେଇ ଶାସକ ବିଜେଡ଼ି ଓ ବିଜେପି ଏହାକୁ ପ୍ରଶଂସା କରିଛି ।

ଗତ ୨୪ ଘଣ୍ଟାରେ ୫୦ ହଜାର ୫୨୫ ଟେଷ୍ଟିଂକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଗତ ୨୪ ଘଣ୍ଟାରେ ୫୦ ହଜାର ୫୨୫ ଟେଷ୍ଟିଂ ହୋଇଛି । ସେହି ତୁଳନାରେ ପଜିଟିଭ ସଂଖ୍ୟା ହାର କମିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଏନେଇ ଶୁଭେଚ୍ଛା ଜଣାଇଛନ୍ତି । ଗତ ୩ ଦିନ ହେବ ଲଗାତାର ୫୦ ହଜାରରୁ ଅଧିକ ଟେଷ୍ଟିଂ । ଯଦ୍ବାରା ରାଜ୍ୟରେ କୋରୋନା ଟେଷ୍ଟିଂ ୧ ମିଲିୟନରେ ପହଞ୍ଚିଛି । ପ୍ରତି ୧୦ ଲକ୍ଷ ଲୋକରେ ଓଡ଼ିଶାରେ ୧୦୯୬ ଜଣଙ୍କ ନମୁନା ପରୀକ୍ଷା କରାଯାଉଛି । ଯାହା ଦେଶରେ ପ୍ରଥମ ।

କୋରୋନା ଟେଷ୍ଟିଂକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଏନେଇ ଶାସକ ଦଳ ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର ଏବେ ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରେନିଂକୁ ଗୁରୁତ୍ବ ଦେଇଛନ୍ତି । ଯେଉଁଥିପାଇଁ ଏହି ସଫଳତା ହାସଲ କରିଛି ରାଜ୍ୟ । ସେପଟେ କଂଗ୍ରେସ ଏ ପ୍ରସଙ୍ଗରେ ଭିନ୍ନମତ ଦେଇଛି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ରାୟ କହିଛନ୍ତି ଯେ, ୫୦ ହଜାର ଟେଷ୍ଟିଂ ଏକ କଞ୍ଚା ମିଛ କଥା । ଅଧିକ ଟେଷ୍ଟିଂ କରନ୍ତୁ ରାଜ୍ୟ ସରକାର । ସେପଟେ ବିଜେପି ଅଧିକ ଟେଷ୍ଟିଂକୁ ସ୍ଵାଗତ କରିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଆଗକୁ ଆହୁରି ଟେଷ୍ଟିଂ ବଢାଇବାକୁ ଦାବି କରିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details