ଓଡିଶା

odisha

ETV Bharat / city

‘ହାଣ୍ଡିଶାଳ କାହାର’ କଣ କହୁଛନ୍ତି ଆମ ନେତା ମନ୍ତ୍ରୀ...

ରୋଷେଇ ଜାଣିନଥିଲେ ପୁଅଙ୍କୁ ବାହା ହୁଅନ୍ତ ନାହିଁ। ପୋଲିସ କମିଶନରଙ୍କ ବୟାନ ପରେ କଣ କହୁଛନ୍ତି ଆମ ନେତା, ମନ୍ତ୍ରୀ, ବିଧାୟକ ଦେଖନ୍ତୁ ଅଧିକ...

By

Published : Jan 5, 2020, 12:01 AM IST

PHOTO
political heavy

ଭୁବନେଶ୍ବର: କମିଶନରେଟ ପୋଲିସର 12ତମ ପ୍ରତିଷ୍ଠା ଦିବସରେ ଟ୍ବିନ ସିଟି ପୋଲିସ ବେଶ ଧୂମଧାମରେ ପାଳନ କରିବା ସହ ମହିଳାଙ୍କ ସୁରକ୍ଷା ପାଇଁ ଗ୍ରହଣ କରିଛି ସଂସ୍କାର ମୂଳକ ପଦକ୍ଷେପ । ଏକାଥରେ 250ଜଣ ଯୁବତୀଙ୍କୁ ଏସପିଓ ନିଯୁକ୍ତି କରିଥିଲା କମିଶନରେଟ ପୋଲିସ । ଏହାସହ କମିଶନର ସୁଧାଶୁଂ ଷଡଙ୍ଗୀ ଯୁବତୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେଉଁ ପୁଅ ରୋଷେଇ ଜାଣିନି ତାକୁ ବାହା ହେବାକୁ ଝିଅ ମନା କରନ୍ତୁ। ବାସ କମିଶନରଙ୍କ ଏହି ବୟାନ ପରେ ଏବେ ସବୁଠି ଚର୍ଚ୍ଚା ଆଉ ଆଲୋଚନା । କିଏ କମିଶନରଙ୍କୁ ସମାଲୋଚନା କରୁଛି ତ କିଏ ସିପିଙ୍କ ସମର୍ଥନରେ ବାହାରିଛି । ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ଏବେ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି। ଆଉ ଏହି ଚର୍ଚ୍ଚା ଏବେ ପାୱାର କରିଡରକୁ ମଧ୍ୟ ଡେଇଁଛି ।


ନେତା, ମନ୍ତ୍ରୀ, ବିଧାୟକଙ୍କ ମଧ୍ୟରେ କିଏ ରୋଷେଇ ଜାଣିଛି କିଏ ଜାଣିନି ତାକୁ ନେଇ ଜୋରଦାର ଆଲୋଚନା । ପୁଣି କମିଶନରଙ୍କ ବୟାନକୁ ବିଜେଡି ନାପସନ୍ଦ କରିବା ପରେ ଏହି ଘଟଣାର ଗୁରୁତ୍ବ ବଢିଯାଇଛି। ଫଳରେ ଏବେ ସବୁଠୁ ବଡ ପ୍ରସଙ୍ଗ ‘ହାଣ୍ଡିଶାଳ କାହାର’ ପୁରୁଷ ନା ମହିଳାର ତାକୁ ନେଇ ଆରମ୍ଭ ହୋଇଛି ବିତର୍କ । କ’ଣ କହୁଛନ୍ତି ଆମ ନେତା, ମନ୍ତ୍ରୀ , ବିଧାୟକ ଦେଖନ୍ତୁ...

‘ହାଣ୍ଡିଶାଳ କାହାର’ କଣ କହୁଛନ୍ତି ଆମ ନେତା ମନ୍ତ୍ରୀ ଦେଖନ୍ତୁ


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details