ଓଡିଶା

odisha

ETV Bharat / city

ଭଡାକାରରେ ଚାଲିଛି ଲୁଟ୍; କମିଶନରେଟ ପୋଲିସର ପର୍ଦ୍ଦାଫାଶ

କିଛିଦିନ ହେବ ଏକ ଗ୍ୟାଙ୍ଗ ରାଜଧାନୀରେ ବିଭିନ୍ନ ସ୍ଥାନରେ ସକ୍ରିୟ ରହିଛି । ଏହି ଗ୍ୟାଙ୍ଗ୍ ଏକ ସଂସ୍ଥାରୁ କାର ଭଡାରେ ଆଣି କରୁଛି ଲୁଟ୍ । ଯାହାର ପର୍ଦ୍ଦାଫାଶ କରିଛି ଖଣ୍ଡଗିରି ପୋଲିସ ।

By

Published : Aug 20, 2019, 8:14 PM IST

ଭଡାରେ କାର୍‌ ନେଇ କରୁଥିଲେ ଲୁଟ୍

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ବଢିବାରେ ଲାଗିଛି ଚୋରି ଡାକାୟତି ଭଳି ବିଭିନ୍ନ ଅପରାଧିକ ମାମଲା । ତେବେ କିଛିଦିନ ହେବ ଏକ ଗ୍ୟାଙ୍ଗ ରାଜଧାନୀରେ ବିଭିନ୍ନ ସ୍ଥାନରେ ସକ୍ରିୟ ରହିଛି । ଏହି ଗ୍ୟାଙ୍ଗ୍ ଏକ ସଂସ୍ଥାରୁ କାର ଭଡାରେ ଆଣି କରୁଛି ଲୁଟ୍ । ଯାହାର ପର୍ଦ୍ଦାଫାଶ କରିଛି ଖଣ୍ଡଗିରି ପୋଲିସ୍ ।

ଭଡାରେ କାର୍‌ ନେଇ କରୁଥିଲେ ଲୁଟ୍

ଏହି ଗ୍ୟାଙ୍ଗର ସଦସ୍ୟ ଲେଟସ୍‌ ରାଇଡ଼ ନାମକ ଏକ ସଂସ୍ଥା ପାଖରୁ ଭଡାରେ କାର ନେଇ କରୁଥିଲେ ଲୁଟ୍‌ । ଏକୁଟିଆ ବାଇକ ଆରୋହୀଙ୍କୁ ଏମାନେ କରୁଥିଲେ ଟାର୍ଗେଟ । ନୟାପଲ୍ଲୀ, ମଞ୍ଚେଶ୍ବର ଓ ଖଣ୍ଡଗିରି ଥାନା ଅଧୀନରେ ଏପରି ଲୁଟ୍ ବାରମ୍ବାର କରିଆସୁଥିଲେ ଏହି ଗ୍ୟାଙ୍ଗ। ତେବେ ବିଭିନ୍ନ ଅଞ୍ଚଳରୁ ଗ୍ୟାଙ୍ଗର ସଦସ୍ୟ ଲୁଟ୍ କରି ଅନ୍ୟତ୍ର ବିକ୍ରୀ କରୁଥିଲେ ଜିନିଷ । କିଛି ଦିନ ତଳେ ଲେଟସ୍‌ ରାଇଡ ସଂସ୍ଥା ପାଖରୁ ଏକ ସ୍କର୍ପିଓ ଭଡାରେ ଆଣିଥିଲେ ଲୁଟେରା। ଆଉ ରାତିରେ ଏକୁଟିଆ ଦେଖି କରୁଥିଲେ ଲୁଟ୍। ଏହି ସମୟରେ ଉକ୍ତ ଅଞ୍ଚଳରେ ଖଣ୍ଡଗିରି ପୋଲିସର ଯାଞ୍ଚ ସମୟରେ କମିଶନରେଟ ପୋଲିସ ହାତରେ ଧରାପଡିଥିଲା 5 ଜଣିଆ ଲୁଟେରା ଗ୍ୟାଙ୍ଗ ।

ଲୁଟେରାଙ୍କଠାରୁ ଏକ ସ୍କର୍ପିଓ, 4ଟି ବାଇକ୍‌ ଓ 5 ଟି ମୋବାଇଲ ଫୋନ ଜବତ କରିଛି ଖଣ୍ଡଗିରି ପୋଲିସ । ଏହାସହ ପାଞ୍ଚ ଜଣଙ୍କୁ ଗିରଫ କରି ପୋଲିସ୍ କୋର୍ଟ ଚାଲାଣ କରିଛି।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details