ଓଡିଶା

odisha

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା, ହାର୍ଡଡିସ୍କ ଜବତ କଲା ପୋଲିସ

By

Published : Mar 18, 2022, 7:53 PM IST

କ୍ୟମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ୱେବ ପୋର୍ଟାଲ ମାଲିକାଣୀ ପ୍ରମାଣ ନଷ୍ଟ ପାଇଁ ଚାପ ପକାଉଥିବା ଅଭିଯୋଗ । ଅଧିକ ପଢନ୍ତୁ

କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା, ହାର୍ଡ ଡିସ୍କ ଜବତ କଲା ପୋଲିସ
କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା, ହାର୍ଡ ଡିସ୍କ ଜବତ କଲା ପୋଲିସ

ଭୁବନେଶ୍ବର: କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଚଳାଇଛି ଚକ୍ରାନ୍ତ । ଫୋନ କରି ସିସିଟିଭି ଭିଜୁଆଲ ଡିଲିଟି ପାଇଁ ଶର୍ମିଷ୍ଠା ଚାପ ପକାଉଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡ ଘଟିଥିବା ଦୟାଲ ଆଶ୍ରମ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କୁ ଫୋନ କରି ହାର୍ଡ ଡିସ୍କ ବଦଳାଇବାକୁ ଚାପ ପକାଉଥିବାର ସୁରାକ ପାଇ ତଦନ୍ତ କରିଛି ପୋଲିସ ।

କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା, ହାର୍ଡ ଡିସ୍କ ଜବତ କଲା ପୋଲିସ

କମିଶନରେଟ ପୋଲିସ ତଦନ୍ତ କରି ଦୟାଲ ଆଶ୍ରମ ପାଖରେ ଥିବା ଏକ ବିଲ୍ଡିଂରୁ ସିସିଟିଭି ହାର୍ଡଡିସ୍କ ଜବତ କରିଥିବା ଜଣାପଡିଛି । ତେବେ ହତ୍ୟାକାଣ୍ଡଟି ଗତ ମାସ ୭ ତାରିଖରେ ଘଟି ଥିବାବେଳେ ଚଳିତ ମାସ ୯ ତାରିଖରେ ପୋଲିସ ସୁରାକ ପାଇଛି । ତେଣୁ ହାର୍ଡଡିସ୍କରେ ୧୫ ଦିନର ଫୁଟେଜ ଥିବାବେଳେ ପୁରୁଣା ଫୁଟେଜ ରିଟ୍ରାଇଭ ପାଇଁ ପ୍ରୟାସ ଚଳାଇଛି ପୋଲିସ ।

ସୂଚନା ଅନୁଯାୟୀ, କ୍ୟାମେରା ମ୍ଯାନ ମାନସ ସ୍ବାଇଁକୁ ଅପହରଣ ପରେ ସୁନ୍ଦରପଦା ସ୍ଥିତ ଦୟାଲ ଆଶ୍ରମରେ ହତ୍ୟା କରାଯାଇଥିଲା । ପରେ ନୟାଗଡରେ ପୋତି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଆଶ୍ରମ ବାହାରେ ସିସିଟିଭି ଲାଗିଥିବାରୁ ପ୍ରମାଣ ନଷ୍ଟ ପାଇଁ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଚାପ ପକାଉଥିବା ଜଣାପଡିଛି । ଏହି ଘଟଣାରେ ମୋଟ ତିନିଜଣ ଗିରଫ ହୋଇ ଥିବାବେଳେ ଏଯାଏ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ଫେରାର ଅଛି । ଏକ ମେମୋରି ଚିଫ ପାଇଁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁ ଥିବାବେଳେ ଚିଫରେ କଣ ରହିଛି ଯାହାକି ଶର୍ମିଷ୍ଠା ପାଇଁ ଏତେ ଗୁରୁତ୍ୱପୁର୍ଣ୍ଣ ଥିଲା ତା'ର ତଦନ୍ତ ଚଳାଇଛି ପୋଲିସ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details