ଭୁବନେଶ୍ବର: ବିରିମାଡ ଦେଖି କୋଳଥ ଚେପା ପରି ସୁପରିୟର ଅଫିସର ଉପରେ ପ୍ରେସର ପରେ ଥାନା ଅଫିସର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏକ ନାବାଳିକା ନିଖୋଜ ମାମଲାରେ ଏଭଳି ଘଟଣା ସାମ୍ନାକୁ ଆସିଛି । ହାଇକୋର୍ଟଙ୍କ ଚାପ ପଡିବା ପରେ ଦୀର୍ଘ 8 ମାସ ଧରି ନିଖୋଜ ଥିବା ନାବାଳିକାକୁ ଉଦ୍ଧାର କରିଛି କମିଶନରେଟ ପୋଲିସ ।
ଭୁବନେଶ୍ଵର ଡିସିପିଙ୍କ ଉପରେ ପଡିଥିଲା ଚାପ, ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ନାବାଳିକା ଉଦ୍ଧାର - ହାଇକୋର୍ଟ
13:04 July 16
ଭୁବନେଶ୍ବର DCPଙ୍କ ଉପରେ ହାଇକୋର୍ଟଙ୍କ ଚାପ ପଡିବା ପରେ 8 ମାସ ଧରି ନିଖୋଜ ଥିବା ନାବାଳିକା ଉଦ୍ଧାର ହୋଇଛନ୍ତି । ଅଧିକ ପଢନ୍ତୁ...
ଖଣ୍ଡଗିରି ଅଞ୍ଚଳର ଏକ ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ ପରେ ବି ଖୋଜି ପାରିନଥିଲେ ପୋଲିସ ଅଧିକାରୀ । ଶେଷରେ ନାବାଳିକାର ପରିଵାର ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ହସ୍ତକ୍ଷେପ ପରେ ଭୁବନେଶ୍ଵର ଡିସିପିଙ୍କୁ ରିପୋର୍ଟ ତଲବ କରିଥିଲେ । ତେବେ ବାରମ୍ବାର ପୋଲିସ ଥାନାକୁ ଯାଇ ନିରାଶ ହୋଇପଡିଥିବା ନିଖୋଜ ନାବାଳିକାର ପରିବାରକୁ ଶେଷରେ ଆଶ୍ବସ୍ଥି ମିଳିଛି । ସୁପରିୟର ଅଫିସର ଭୁବନେଶ୍ବର ଡିସିପିଙ୍କ ଉପରେ ଚାପ ପଡିବା ପରେ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା । ଏହି ଟିମ କୋରାପୁଟରୁ ଉକ୍ତ ନାବାଳିକା ଉଦ୍ଧାର କରିଛି ପୋଲିସ ।
ଏଥିରୁ ସ୍ପଷ୍ଟ କିଡନାପିଂ ମ୍ୟାନ ମିସି ସେଲ ଗଠନ ସତ୍ତ୍ବେ କେବଳ ପୋଲିସ ଇଚ୍ଛା ଉପରେ ନିର୍ଭର କରୁଛି । ଅନେକ ନିଖୋଜ ପରିବାର ଥାନା ଠୁ ଆରମ୍ଭ କରି ଡିସିପି ଅଫିସ ପର୍ଯନ୍ତ ଦୌଡୁଥିଲେ ମଧ୍ୟ ନ୍ୟାୟ ମିଳୁନି । ଅର୍ଥାତ ଆଇନ ପ୍ରକ୍ରିୟାରେ ଏହି କେସର ନିଖୋଜ ନାବାଳିକା ପରିବାର ହାଇକୋର୍ଟ ଦ୍ବାରସ୍ଥ ପରେ ଶେଷରେ ନାଵାଳିକା ଉଦ୍ଧାର ହେଵା ଘଟଣା ଏହାକୁ ସ୍ପଷ୍ଟ କରୁଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ