ଓଡିଶା

odisha

ETV Bharat / city

ବଧୂହତ୍ୟା ଅଭିଯୋଗରେ ପୋଲିସ ଲିଙ୍କ୍‌, ମାମଲା ଚାପିବାକୁ କନଷ୍ଟେବଳଙ୍କ ପ୍ରୟାସ

ବଧୂହତ୍ୟା ଅଭିଯୋଗରେ ପୋଲିସ ଲିଙ୍କ । ମାମଲା ଚାପିବାକୁ କନଷ୍ଟେବଳଙ୍କ ପ୍ରୟାସ । ପୋଲିସ ନାଁରେ ବଧୂହତ୍ଯା ଅଭିଯୋଗ । ଥାନାରେ ମାମଲା ରୁଜୁ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ହେଲେ ଏସବୁ ଭିତରେ ମାମଲା ଚାପିବାକୁ ଚାଲିଛି ଚକ୍ରାନ୍ତ ।

ବଧୁହତ୍ୟା ଅଭିଯୋଗରେ ପୋଲିସ ଲିଙ୍କ, ମାମଲା ଚାପିବାକୁ କନଷ୍ଟେବଳଙ୍କ ପ୍ରୟାସ
ବଧୁହତ୍ୟା ଅଭିଯୋଗରେ ପୋଲିସ ଲିଙ୍କ, ମାମଲା ଚାପିବାକୁ କନଷ୍ଟେବଳଙ୍କ ପ୍ରୟାସ

By

Published : Sep 21, 2020, 7:40 AM IST

ଭୁବନେଶ୍ବର: ବଧୂହତ୍ୟା ଅଭିଯୋଗରେ ପୋଲିସ ଲିଙ୍କ୍‌। ମାମଲା ଚାପିବାକୁ କନଷ୍ଟେବଳଙ୍କ ପ୍ରୟାସ। ପୋଲିସ ନାଁରେ ବଧୂହତ୍ଯା ଅଭିଯୋଗ । ଥାନାରେ ମାମଲା ରୁଜୁ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ। ହେଲେ ଏସବୁ ଭିତରେ ମାମଲା ଚାପିବାକୁ କନଷ୍ଟେବଳଙ୍କ ଚକ୍ରାନ୍ତ।

ବଧୁହତ୍ୟା ଅଭିଯୋଗରେ ପୋଲିସ ଲିଙ୍କ, ମାମଲା ଚାପିବାକୁ କନଷ୍ଟେବଳଙ୍କ ପ୍ରୟାସ

ଖବର ଥାଉକି, ତମାଣ୍ଡୋ ଥାନାର କାର୍ଯ୍ୟରତ କନଷ୍ଟେବଳ ବିଜୟ ଗୋଛାୟତ ଏଭଳି ଉଦ୍ଯମ କରିଛନ୍ତି । ଏହାକୁ ନେଇ ଆପତ୍ତି ଆଣିଛନ୍ତି ବିଜୟଙ୍କ ସମୁଦି । ଏପରିକି ବିଜୟଙ୍କ ନାଁରେ ତାଙ୍କ ପୁତ୍ରବଧୁର ବଧୁହତ୍ଯା ଅଭିଯୋଗ ହୋଇଥିବା ବେଳେ ସମୁଦିଙ୍କ ମୋବାଇଲକୁ କନଷ୍ଟେବଳ ବିଜୟ ମେସେଜ କରି କେସ ନକରିବାକୁ ଧମକ ଦେଉଛନ୍ତି ।

ବଧୁହତ୍ୟା ଅଭିଯୋଗରେ ପୋଲିସ ଲିଙ୍କ, ମାମଲା ଚାପିବାକୁ କନଷ୍ଟେବଳଙ୍କ ପ୍ରୟାସ

ସୂଚନା ମୁତାବକ ବିଜୟଙ୍କ ପୁଅ ଯାମିନି ଗୋଛାୟତଙ୍କୁ ଗତ ଫେବୃଆରୀ ମାସରେ ବନ୍ଦନା ଜେନା ବିବାହ କରିଥିଲେ। ହେଲେ ବନ୍ଦନାଙ୍କ ସନ୍ଦେହଜନକ ମୃତ୍ଯୁ ପରେ ବନ୍ଦନାଙ୍କ ମା’ ବାସନ୍ତି ଜେନା ତମାଣ୍ଡୋ ଥାନାରେ ବଧୂହତ୍ଯା ଅଭିଯୋଗ ଆଣିଥିଲେ।

ଯେଉଁଥିରେ କନଷ୍ଟବଳ ବିଜୟଙ୍କ ସହ ତାଙ୍କ ପୁତ୍ର ଯାମିନିଙ୍କ ନାଁରେ ଅଭିଯୋଗ ରହିଛି। ତେବେ ଦେଖିବାର କଥା ଅଭିଯୋଗ ପରେ କିଭଳି କାର୍ଯାନୁଷ୍ଠାନ ନେଉଛି ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details