ଓଡିଶା

odisha

ETV Bharat / city

ପୋଲିସ ହାତରେ ଅର୍ଚ୍ଚନାଙ୍କ ବ୍ୟାଙ୍କ ଡିଟେଲ୍ସ, ଯାଞ୍ଚ ବେଳେ ତାଜୁବ ପୋଲିସ

ଦିନ ଯେତିକି ଗଡ଼ୁଛି ଲେଡ଼ି ବ୍ଲାକମେଲର ଅର୍ଚ୍ଚନାଙ୍କ ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ପୋଲିସ ହାତରେ ଅର୍ଚ୍ଚନାଙ୍କ ବ୍ୟାଙ୍କ ଡିଟେଲ୍ସ ଲାଗିବା ପରେ ହାଇ ପ୍ରୋଫାଇଲ ଟ୍ରାଞ୍ଜାକ୍ସନ ସମ୍ପର୍କରେ ମିଳିଛି ତଥ୍ୟ । ଅଧିକ ପଢନ୍ତୁ

ପୋଲିସ ହାତରେ ଅର୍ଚ୍ଚନାଙ୍କ ବ୍ୟାଙ୍କ ଡିଟେଲ୍ସ, ଯାଞ୍ଚ ବେଳେ ତାଜୁବ ପୋଲିସ
ପୋଲିସ ହାତରେ ଅର୍ଚ୍ଚନାଙ୍କ ବ୍ୟାଙ୍କ ଡିଟେଲ୍ସ, ଯାଞ୍ଚ ବେଳେ ତାଜୁବ ପୋଲିସ

By

Published : Oct 13, 2022, 7:46 PM IST

Updated : Oct 13, 2022, 10:42 PM IST

ଭୁବନେଶ୍ବର: ବ୍ଲାକମେଲର ଅର୍ଚ୍ଚନା (Lady Blackmailer Archana Nag)ବନିଥିଲା ହ୍ବାଇଟ କୁଇନ । କଳା ଟଙ୍କାକୁ ଧଳା କରୁଥିବା ହୋଇଛି ଅଭିଯୋଗ । ଆକାଉଣ୍ଟ ଯାଞ୍ଚ ବେଳେ ତାଜୁବ ହୋଇଯାଇଛି ପୋଲିସ । ସନ୍ଦେହର ପାଓ୍ବାର କରିଡର ମଧ୍ୟରେ ପାଓ୍ବାର ଫୁଲ ନେତା ଓ ଅଫିସର । ପୋଲିସ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟର ହୋଇଥିବା ପ୍ରାୟ ୫ ବର୍ଷର ଆର୍ଥିକ କାରବାରକୁ ତନ୍ନ ତନ୍ନ କରି ଯାଞ୍ଚ କରିଛି । ଏହାକୁ ନେଇ ବଡ଼ବଡ଼ିଆଙ୍କ ଛାତିରେ ପଶିଛି ଛନକା ।

ପୋଲିସ ହାତରେ ଅର୍ଚ୍ଚନାଙ୍କ ବ୍ୟାଙ୍କ ଡିଟେଲ୍ସ

ଯାଞ୍ଚ ସମୟରେ ପୋଲିସକୁ ହାଇ ପ୍ରୋଫାଇଲ ଟ୍ରାଞ୍ଜାକ୍ସନ ସମ୍ପର୍କରେ ସୂଚନା ମିଳିଛି । ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଅନାମଧେୟ ଆକାଉଣ୍ଟରୁ ବଡ ପରିମାଣର ଟଙ୍କା ଆସିଥିବା ଜାଣିବାକୁ ପାଇଛି ପୋଲିସ । ଏହି ଆକାଉଣ୍ଟରେ ବଡ ଏମାଉଣ୍ଟର ନେଣଦେଣ ହୋଇଛି । ଏହି ହାଇପ୍ରୋଫାଇଲ ଟ୍ରାଞ୍ଜାକ୍ସନରେ ପାଓ୍ବାର କରିଡରର କିଛି ନେତା, ମନ୍ତ୍ରୀ ଓ ସରକାରୀ ବାବୁ ସାମିଲ ଥିବା ସନ୍ଦେହ କରାଯାଉଛି । ଏହା ମଧ୍ୟ ସନ୍ଦେହ କରାଯାଉଛି ଯେ ନେତା ମନ୍ତ୍ରୀଙ୍କ କଳା ଟଙ୍କାକୁ ଧଳା କରିବାର ମାଧ୍ୟମ ସାଜିଥିଲେ ଅର୍ଚ୍ଚନା । ସେଥିପାଇଁ ବଡବଡିଆଙ୍କ ସହିତ ସମ୍ପର୍କରେ ଆସିଥିଲେ ଅର୍ଚ୍ଚନା ।

ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କିଛି ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଫାଇନାନ୍ସିଆଲ ଆଡଭାଇଜରଙ୍କ ସହାୟତା ନେଇଛି ପୋଲିସ । ବଡ କଥା ହେଲା ଏହାର ତଦନ୍ତ କରିବା ପାଇଁ ଇଡିର ସହାୟତା ନିଆଯିବ କି ? ଇନକମ ଟାକ୍ସ ବିଭାଗର ସହାୟତା ନିଆଯିବ କି ସେ ନେଇ ପ୍ରଶ୍ନ ଉଠିଛି । କାରଣ ଅର୍ଚ୍ଚନାଙ୍କ ସମ୍ପତି ୫୦ କୋଟିର ହୋଇଥିବା ବେଳେ ବ୍ୟାଙ୍କ ଆକାଉଣ୍ଟରେ ୨୫ରୁ ୩୦ କୋଟିର କାରବାର ହୋଇଥିବା ସୂଚନା ମିଳିଛି ।

ଏହାବି ପଢନ୍ତୁ- ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଘଟଣା, ପୋଲିସର ତଦନ୍ତ ନେଇ ପ୍ରଶ୍ନବାଚୀ

ସେପଟେ ବିରୋଧୀ କହିଛନ୍ତି ଅର୍ଚ୍ଚନାଙ୍କ ଅସଲ ସତ ଯଦି ପଦାକୁ ଆସେ ତେବେ ଏହି ସରକାର ଭାଙ୍ଗିଯିବ । ଗତକାଲି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ଏହି ମନ୍ତବ୍ୟ ଦେଇଥିବା ବେଳେ ଆଜି ସ୍ବର ମିଳାଇଛି ବିଜେପି । ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ଅର୍ଚ୍ଚନା କେଳେଙ୍କାରୀରେ ଦୁଇ ଡଜନରୁ ଅଧିକ ନେତା ମନ୍ତ୍ରୀ ସାମିଲ ଅଛନ୍ତି । ଯଦି ଅସଲ ସତ ସାମନାକୁ ଆସେ ଏ ସରକାର ରହିବ ତ ?"

ଏହା ବି ପଢନ୍ତୁ- Blackmailer Archana: CBI ତଦନ୍ତ ଦାବି କଲା ବିଜେପି, ବିଜେଡି କହିଲା ପ୍ରଶ୍ନ ନୁହେଁ ଆଗ ଉତ୍ତର ଦିଅ

ଯେତିକି ଦିନ ଗଡି ଗଡି ଯାଉଛି ବ୍ଲାକମେଲର ଅର୍ଚ୍ଚନା ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । କେତେବେଳେ ରାଜନେତାଙ୍କ ସହିତ ଫଟୋ ତ ଆଉ କେତେବେଳେ ଆର୍ଥିକ କାରବାର । ଗୋଟିଏ ପରେ ଗୋଟିଏ ଗୁମର ଖୋଲିବା ପରେ ଏବେ ଅର୍ଚ୍ଚନାଙ୍କ ସହିତ ସମ୍ପୃକ୍ତ ଥିବା ପାଓ୍ବାର କରିଡରର ବଡବଡିଆଙ୍କ ମଧ୍ୟରେ ଛନକା ପଶିଛି । କାହାର ମୁଣ୍ଡ ଗଡିବ କାହାର ଚୌକି ଯିବ ସେନେଇ ଆରମ୍ଭ ହୋଇଗଲାଣି ପ୍ରମାଦ ଗଣା । ଦେଖିବାର କଥା ପୋଲିସ ତଦନ୍ତ ଆଉ କି କି ତଥ୍ୟ ସାମନାକୁ ଆଣୁଛି । ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି କି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 13, 2022, 10:42 PM IST

ABOUT THE AUTHOR

...view details