ଓଡିଶା

odisha

By

Published : Apr 3, 2019, 12:01 AM IST

ETV Bharat / city

'କର୍ମଚାରୀ ଅଭାବ ରହିବା ସତ୍ତ୍ବେ କମିଶନରେଟ ପୋଲିସ ତା'ର ଦମ୍ ଦେଖାଇବ'

୮୪ତମ ପୋଲିସ ପ୍ରତିଷ୍ଠା ଦିବସ କମିଶନରେଟ ପୋଲିସ୍‌ ପକ୍ଷରୁ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସରେ କମିଶନରେଟ ପୋଲିସ ପକ୍ଷରୁ ଏସଆଇ,ଏଏସଆଇ ଓ ହାବିଲଦାର,କନଷ୍ଟେବଳଙ୍କୁ ସମ୍ମାନିତ କରାଯାଇଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କମିଶନରେଟ ପୋଲିସ୍‌ ପକ୍ଷରୁ ୮୪ତମ ପୋଲିସ ପ୍ରତିଷ୍ଠା ଦିବସ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପାଳିତ ହୋଇଯାଇଛି । ଭୁବନେଶ୍ବର ଓ କଟକ ସମସ୍ତ ଥାନାଧିକାରୀ ଓ ଏସିପି,ଡିସିପିଙ୍କ ଉପସ୍ଥିତିରେ ଅଭିବାଦନ ଗ୍ରହଣ କରିଛନ୍ତି ପୋଲିସ କମିଶନର । କମିଶନରେଟ ପୋଲିସର ସ୍ବତନ୍ତ୍ର ସୁରକ୍ଷା ବଳ ପରେଡ ଗ୍ରାଉଣ୍ଡରେ ପରେଡ ପରିବେଷଣ କରିଥିଲେ ।

ତେବେ ଏହି ଅବସରରେ ପୋଲିସ୍‌ କମିଶନର କହିଛନ୍ତି ଯେ, କର୍ମଚାରୀ ଅଭାବ ରହିଛି। ଫଳରେ ଖାଲି ପଡିଛି ଅନେକ ପଦବୀ । ତଥାପି କର୍ମଚାରୀ କମ୍‌ ଭିତରେ ଦେଖାଇବ କମିଶନରେଟ ପୋଲିସ ତା'ର ଦମ୍ ।

ପ୍ରତିଷ୍ଠା ଦିବସରେ କମିଶନରେଟ ପୋଲିସ ପକ୍ଷରୁ କଟକ ଓ ଭୁବନେଶ୍ବରରେ ଭଲ କାର୍ଯ୍ୟ ପାଇଁ ଏସଆଇ,ଏଏସଆଇ ଓ ହାବିଲଦାର,କନଷ୍ଟେବଳଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ସେମାନେ ହେଲେ, ଭୁବନେଶ୍ବରର ସନ୍ତୋଷିନୀ ବେହେରା,ଶିଶିର କୁମାର ସେଠୀ,ବିଶ୍ବ ରଞ୍ଜନ ଦାସ,ନିରଞ୍ଜନ ସାହୁ, ଦୟିତାରି ବଦ୍ରା, ପୁଷ୍ପଲତା ଭୋଇ । ସେହିପରି କଟକରୁ ବଂଶୀଧର ବେହେରା, ଶିଶିରକାନ୍ତ ସାହାଣି, ଦିଲ୍ଲୀପ କୁମାର ଚୌଧୁରୀ, ସାଜନ ଦିବ ଦର୍ଶନ ଜେନା, ଶରତ କୁମାର ବିଶ୍ବାଳ, ସୁନୀଲ କୁମାର ସେଠୀ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details