ଓଡିଶା

odisha

ETV Bharat / city

ଅନ୍ଧାର ରାତିରେ ଗର୍ଜିଲା ବନ୍ଧୁକ, ରାଜଧାନୀରେ ୨ ଅପରାଧିଙ୍କୁ ଏନକାଉଣ୍ଟର

ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଅରୁଣ କୁମାର ମଲ୍ଲିକ ଓ ବିବେକାନନ୍ଦ ନାୟକକୁ ଏନକାଉଣ୍ଟର କରିଛି ଭୁବନେଶ୍ବର କମିସନରେଟ ପୋଲିସ। ସେମାନଙ୍କ ବିରୋଧରେ ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 3, 2019, 6:56 AM IST

Updated : Aug 3, 2019, 7:07 AM IST

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି। ଅପରାଧିଙ୍କୁ ସାବାଡ କରିବାକୁ ପୋଲିସର ଏନକାଉଣ୍ଟର। ରାଜଧାନୀସ୍ଥିତି ରଙ୍ଗବଜାର ଛକରେ ଏନକାଉଣ୍ଟର କରିଛି କମିସନରେଟ ପୋଲିସ। ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଅରୁଣ କୁମାର ମଲ୍ଲିକ ଓ ବିବେକାନନ୍ଦ ନାୟକକୁ ଏନକାଉଣ୍ଟର କରିଛି କମିସନରେଟ ପୋଲିସ।

ସେମାନଙ୍କ ବିରୋଧରେ ଭୁବନେଶ୍ବରର ବିଭିନ୍ନ ଥାନା ଯଥା ଛିନତାଇ, ରାହାଜାନି, ଲୁଟ ଓ ଡକାୟତି ଭଳି ସଙ୍ଗୂନ ଅପରାଧିକ ମାମଲା ରହିଛି । ଶୁକ୍ରବାର ରାତିରେ ସହିଦନଗର ଥାନା ଅଞ୍ଚଳର ରଙ୍ଗବଜାର ସାଇ ମନ୍ଦିର ନିକଟରେ ପୋଲିସ ପାଟ୍ରୋଲିଂ ବେଳେ ସୁରାକ ପାଇଥିଲା । ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ସହିଦନଗର ଆଇଆଇସି ବିରଞ୍ଚି ପତି ଓ ତାଙ୍କ ଟିମ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏକ ୱାଗନର ଯୋଗେ ସେମାନେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ପଳାୟନ କରିବାକୁ ଉଦ୍ୟମ କରିଥିଲେ। ଏପରିକି ପୋଲିସ ଉପରେ ଲଙ୍କା ଗୁଣ୍ଡ ପକାଇଥିଲେ। ଫଳରେ ବାଧ୍ୟ ହୋଇ ପୋଲିସ ଫାୟାରିଂ କରିଥିଲା । ତେବେ ଅପରାଧି ବିବେକାନନ୍ଦର ଘର ଆଠଗଡ ହୋଇଥିବା ବେଳେ ଅରୁଣର ଘର ବାଲେଶ୍ବର ସୋର ଠାରେ ଥିବା ଜଣାପଡିଛି। ଘଟଣାସ୍ଥଳରେ ସେମାନଙ୍କ କାର ମଧ୍ୟ ଜବତ ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 3, 2019, 7:07 AM IST

ABOUT THE AUTHOR

...view details