ଭୁବନେଶ୍ବର:ମାଓ ଆକ୍ରମଣରେ ଆହତ ଯବାନଙ୍କୁ ଭେଟିଲେ ଡିଜିପି ଅଭୟ । Aiimsରେ ଚିକିତ୍ସିତ ହେଉଥିବା ଦୁଇ ଯବାନଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏନେଇ ଶନିବାର ଏୟାରଲିଫ୍ଟରେ କନ୍ଧମାଳର ପଦେଲପଡା ଉଦ୍ଧାର କରି ଉଭୟଙ୍କୁ ଭୁବନେଶ୍ବରକୁ ଅଣାଯାଇଥିଲା । ପରେ ଉଭୟଙ୍କୁ ଏମ୍ସରେ ଚିକିତ୍ସା କରାଯାଇଥିଲା । ଯବାନଙ୍କ ଚିକିତ୍ସା ପାଇଁ ଏମ୍ସ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ ହୋଇଛି ।
ଏମ୍ସରେ DGP, ଆହତ ଯବାନଙ୍କୁ ଭେଟିଲେ
ମାଓ ଆକ୍ରମଣରେ ଆହତ ଯବାନଙ୍କୁ ଭେଟିଲେ ଡିଜିପି ଅଭୟ । Aiimsରେ ଚିକିତ୍ସିତ ହେଉଥିବା ଦୁଇ ଯବାନଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଅଧିକ ପଢନ୍ତୁ...
ଏମ୍ସରେ ଡିଜିପି,ଆହତ ଯବାନଙ୍କୁ ଭେଟିଲେ
ସେହି ଟିମରେ ସର୍ଜରୀ, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ସିଟି ବିଏସ ଡାକ୍ତର ସାମିଲ ହୋଇଛନ୍ତି । ଦରକାର ପଡିଲେ ଅପରେସନ କରାଯିବ । ଯେପରି ଭାବେ ଯବାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଯିବା ଲାଗି ବ୍ୟବସ୍ଥା ହୋଇଛି । ତୁଷାର ମିତ୍ରଙ୍କ ନେତୃତ୍ବରେ ଏହି ଟିମ ଚିକିତ୍ସା କରୁଛନ୍ତି । ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହି ଥିବା ବେଳେ ଅନ୍ୟ ଜଣଙ୍କର ଛାତିରେ ବୁଲେଟ ଜନିତ ଆଘାତ ଲାଗିଛି ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Jul 11, 2021, 2:02 PM IST