ଓଡିଶା

odisha

ETV Bharat / city

exclusive: ଟ୍ରାଫିକ ପୋଷ୍ଟରେ ଅଟକିଲେ, ତାଗିଦ କଲେ ଡିଜି - କଡା ତାଗିଦ

ଟ୍ରାଫିକ ପୋଷ୍ଟରେ ହଠାତ୍ ଅଟକି ଗଲେ ପୋଲିସ ଡିଜି । ଟ୍ରାଫିକ ପୋଲିସ କାର୍ଯ୍ୟରେ ଅବହେଳା ଯୋଗୁଁ କନଷ୍ଟେବଳଙ୍କୁ କଲେ କଡା ତାଗିଦ।

exclusive: ଆକ୍ସନ ମୋଡରେ ପୋଲିସ ଡିଜି, ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ପୋଲିସକୁ ତାଗିଦ

By

Published : Aug 22, 2019, 4:36 PM IST

Updated : Aug 22, 2019, 5:09 PM IST

ଭୁବନେଶ୍ବର: ଆକ୍ସନ ମୋଡରେ ନୂଆ ପୋଲିସ ଡିଜି । ଟ୍ରାଫିକ ପୋଷ୍ଟ ଉପରେ ହଠାତ୍‌ ଅଟକିଲେ ନୂଆ ଡିଜି। ଆଉ ତାପରେ ଭୁବନେଶ୍ବର ଏଜି ଛକ ଟ୍ରାଫିକ ପୋଷ୍ଟରେ କଲେ କଡା ତାଗିଦ। ଗୁରୁବାର ମଧ୍ୟାହ୍ନ 2ଟା ବେଳେ ଏଜି ଛକ ଉପରେ ଦେଖିବାକୁ ମିଳିଥିଲା ରାଜ୍ୟ ପୋଲିସର ମୁଖ୍ୟ ଡିଜି ବିକେ ଶର୍ମାଙ୍କ ଏପରି ଦୃଶ୍ୟ ।

exclusive: ଆକ୍ସନ ମୋଡରେ ପୋଲିସ ଡିଜି, ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ପୋଲିସକୁ ତାଗିଦ

ଦାୟିତ୍ବରେ ଥିବା ଜଣେ ଟ୍ରାଫିକ କନଷ୍ଟେବଳଙ୍କୁ ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ପାଖକୁ ଡାକି କଡା ତାଗିଦ କରିଥିଲେ ପୋଲିସ ଡିଜି । ବିନା ଟୋପିରେ ଛିଡା ହୋଇଥିବା ଜଣେ ଟ୍ରାଫିକ କନେଷ୍ଟବଳଙ୍କୁ ପାଖକୁ ଡାକି ଟୋପି ନପିନ୍ଧିବାର କାରଣ ପଚାରିଥିଲେ । ଯାହା ଟ୍ରାଫିକ ପୋଷ୍ଟର ଚତୁଃର୍ପାଶ୍ବରେ ଉପସ୍ଥିତ ଲୋକଙ୍କୁ କରିଥିଲା ଚକିତ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ଏହି ଦୃଶ୍ୟ ।

ତେବେ ନୂତନ ଭାବେ ଦାୟିତ୍ବ ନେଇଥିବା ପୋଲିସ ଡିଜି ବିକେ ଶର୍ମାଙ୍କ ଆକ୍ସନ ଏବେ ସାରା ଭୁବନେଶ୍ବରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଆଗାମୀ ଦିନରେ ଟ୍ରାଫିକ ନିୟନ୍ତ୍ରଣକୁ ନେଇ ଯେଭଳି ଭୁବନେଶ୍ବରର ଖରାପ ଚିତ୍ର ଦେଖିବାକୁ ମିଳିଥାଏ । ଡିଜିଙ୍କ ଏପରି ଅଚାନକ ତାଗିଦ ପରେ ହୁଏତ ଏ ସ୍ଥିତି ସୁଧୁରିବ ବୋଲି ଲୋକେ ଆଶା କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Aug 22, 2019, 5:09 PM IST

ABOUT THE AUTHOR

...view details