ଓଡିଶା

odisha

ETV Bharat / city

ମହାନଦୀରୁ ମହିଳାଙ୍କୁ ବଞ୍ଚାଇଥିଲେ ଏଏସଆଇ ତ୍ରିଲୋଚନ ପରିଡ଼ା, ପୋଲିସ ଡିଜିଙ୍କ ପ୍ରଶଂସା - coffee with asi

ବାହାଦୁର ପୋଲିସ ଏଏସଆଇ ତ୍ରିଲୋଚନ ପରିଡ଼ାଙ୍କ ସହ କଫି ପିଇଲେ ପୋଲିସ ଡିଜି ଅଭୟ। ନଭେମ୍ବର ମାସ 15 ତାରିଖରେ ମହାନଦୀରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ ଏଏସଆଇ। ଅଧିକ ପଢ଼ନ୍ତୁ...

ମହାନଦୀରେ ମହିଳାଙ୍କୁ ବଞ୍ଚାଇଥିଲେ ଏଏସଆଇ ତ୍ରୀଲୋଚନ ପରିଡ଼ା, ପୋଲିସ ଡିଜିଙ୍କ ପ୍ରଶଂସା
ମହାନଦୀରେ ମହିଳାଙ୍କୁ ବଞ୍ଚାଇଥିଲେ ଏଏସଆଇ ତ୍ରୀଲୋଚନ ପରିଡ଼ା, ପୋଲିସ ଡିଜିଙ୍କ ପ୍ରଶଂସା

By

Published : Dec 1, 2020, 3:46 PM IST

ଭୁବନେଶ୍ବର: ବାହାଦୁର ପୋଲିସ ଏଏସଆଇ ତ୍ରିଲୋଚନ ପରିଡ଼ାଙ୍କ ସହ କଫି ପିଇଲେ ପୋଲିସ ଡିଜି ଅଭୟ। ନଭେମ୍ବର ମାସ 15 ତାରିଖରେ କଟକ ବାଙ୍କୀରେ ଜଣେ ମହିଳା ମହାନଦୀକୁ ଖସି ପଡ଼ଥିଲେ। ଘଟଣାସ୍ଥଳରେ ପୋଲିସ ଏଏସଆଇ ତ୍ରୀଲୋଚନ ପରିଡ଼ା ଉପସ୍ଥିତ ରହିଥିଲେ। ତୁରନ୍ତ ସେ ନଦୀକୁ ଡେଇଁ ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ।

ମହାନଦୀରେ ମହିଳାଙ୍କୁ ବଞ୍ଚାଇଥିଲେ ଏଏସଆଇ ତ୍ରୀଲୋଚନ ପରିଡ଼ା, ପୋଲିସ ଡିଜିଙ୍କ ପ୍ରଶଂସା

ଏହାକୁ ନେଇ ପୋଲିସ ଡିଜି ଅଭୟ ଟ୍ବିଟ କରିଛନ୍ତି ଯେ, "ଆଜି(ମଙ୍ଗଳବାର) ଏଏସଆଇ ତ୍ରୀଲୋଚନ ପରିଡ଼ାଙ୍କ ସହ କଫି ପିଇବାର ସୁଯୋଗ ମିଳିଲା। ଗତ ନଭେମ୍ବର ମାସ 15 ତାରିଖରେ ମହାନଦୀରେ ଜଣେ ମହିଳା ବୁଡ଼ି ଯାଉଥିବା ବେଳେ ସେ ସାହାସିକତାର ସହ ନଦୀକୁ ଡେଇଁ ମହିଳାଙ୍କୁ ଉଦ୍ଧାର କିରଥିଲେ। ବର୍ତ୍ତମାନ ଏଏସଆଇ ତ୍ରିଲୋଚନ ପରିଡ଼ାଙ୍କଙ୍କ ବୟସ 59 ବର୍ଷ। ଏହାସତ୍ତ୍ବେ ସେ ନଦୀକୁ ଲମ୍ଫ ମାରି ମହିଳାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ନିଜର କର୍ତ୍ତବ୍ୟ ପ୍ରତି ଆନ୍ତରିକତା ଓ ଜନସେବା ପାଇଁ ଉତ୍ସର୍ଗୀକୃତ ମନୋଭାବ ପାଇଁ ତାଙ୍କୁ ସାଧୁବାଦ ଜଣାଉଛି।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details