ଓଡିଶା

odisha

ETV Bharat / city

ନାଇଟ କର୍ଫ୍ୟୁ, ଅମାନିଆଙ୍କୁ ନାହିଁ ନିସ୍ତାର

ନାଇଟ କର୍ଫ୍ୟୁକୁ ମାନିବାକୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନିର୍ଦ୍ଦେଶ । ନିୟମ ଉଲ୍ଲଙ୍ଘନ କଲେ ଅମାନିଆଙ୍କ ଉପରେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

ନାଇଟ କର୍ଫ୍ୟୁ, ଅମାନିଆଙ୍କୁ ନାହିଁ ନିସ୍ତାର
ନାଇଟ କର୍ଫ୍ୟୁ, ଅମାନିଆଙ୍କୁ ନାହିଁ ନିସ୍ତାର

By

Published : Apr 17, 2021, 8:51 PM IST

ଭୁବନେଶ୍ବର: ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର । ଏପଟେ ଆଜି ରାତି 9ଟାରୁ ଟ୍ବିନସିଟିରେ କର୍ଫ୍ୟୁ ଆରମ୍ଭ ହୋଇଛି । ତେବେ ସମସ୍ତ ଜନସାଧାରଣଙ୍କୁ କୋଭିଡ କଟକଣା ତଥା କର୍ଫ୍ୟୁକୁ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଯେଉଁମାନେ ଏହାକୁ ଉଲ୍ଲଙ୍ଘନ କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବା ନେଇ ସେ କହିଛନ୍ତି ।

ନାଇଟ କର୍ଫ୍ୟୁ, ଅମାନିଆଙ୍କୁ ନାହିଁ ନିସ୍ତାର

କର୍ଫ୍ୟୁ ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ମିଳିଛି । ରାଜଧାନୀର ରସୁଲଗଡ, ବାଣୀବିହାର, ରୂପାଲି, ଆଚାର୍ଯ୍ୟବିହାର, ରାଜମହଲ, କଳ୍ପନା, ରବି ଟକିଜ, ନାଲକୋ, ପଟିଆ ଭଳି 25ଟି ଛକରେ ଚେକ୍ ପୋଷ୍ଟ କରାଯିବ । ଏଥିରେ ପ୍ରାୟ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ନାଇଟ କର୍ଫ୍ୟୁ ସମୟରେ ସବୁଠି ପିସିଆର ଭ୍ୟାନ ପଇଁତରା ମାରିବ । ଯେଉଁଠି ଅମାନିଆଙ୍କୁ ଦେଖାଯିବ ତୁରନ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details