ଭୁବନେଶ୍ବର: ଖଣ୍ଡଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଲକଡାଉନ ସମୟରେ ପୋଲିସର ନିଦ ହଜାଇଥିବା ଚୋର ଗ୍ୟାଙ୍ଗଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଏମାନେ ରିକ୍ସା ଚାଳକ ବାହାନାରେ ଘରକୁ ଆସନ୍ତି। ଚୋରି କରି ଚମ୍ପଟ ମାରନ୍ତି । ଘର ଭିତରୁ ହେଉ ବା ବାହାରେ, ଲୋକ ଥାନ୍ତୁ ବା ନଥାନ୍ତୁ, ମୌକା ଦେଖି ଘରେ ପଶି ଏମାନେ ଚୋରି କରିଥାନ୍ତି। ଏପରିକି ରୋଷେଇ ହେଉଥିବା ହଣ୍ଡା ବି ଛାଡନ୍ତିନି। ଏମିତି ଢଙ୍ଗରେ ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ମାତିଥିବା ରିକ୍ସା ଚୋର ଗ୍ୟାଙ୍ଗ ଧରାପଡିଛନ୍ତି ପୋଲିସ ହାତରେ। ଯେକି ଖଣ୍ଡଗିରିରେ ରହୁଥିବା ଲୋକଙ୍କ ନିଦ ହଜାଇଥିଲେ।
ଘରେ ପଶି ଚୋରି କରୁଥିଲେ ରିକ୍ସା ଚାଳକ ଗ୍ୟାଙ୍ଗ, ଗିରଫ କଲା ପୋଲିସ - ଚୋର ଗ୍ୟାଙ୍ଗ
ଖଣ୍ଡଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଲକଡାଉନ ସମୟରେ ପୋଲିସର ନିଦ ହଜାଇଥିବା 5 ଜଣିଆ ଚୋର ଗ୍ୟାଙ୍ଗଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢନ୍ତୁ...
ଘରେ ପସି ଚୋରି କରୁଥିଲେ ରିକ୍ସା ଚାଳକ ଗ୍ୟାଙ୍ଗ, ଗିରଫ କଲା ପୋଲିସ
ଏମିତି ଚୋରି କରୁଥିବା ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ। ସେମାନେ ହେଲେ ୟୁନିଟ ୩ ଖାରବେଳ ନଗରର ସେଖ ସୁରଜ ଓ ଏସ କେ ମାମୁଦ,ସେହିପରି ସରକନ୍ତରାର ସୌମ୍ୟ ରଞ୍ଚନ ପରିଜା, ତୌସିଫ ମହମ୍ମଦ, ଓ ଗଂଜାମ ବୁଗୁଡାର ରାଘବ ସାହୁ । ଗିରଫ ପରେ ଏମାନଙ୍କଠାରୁ ୧୫ଟି ମୋବାଇଲ ଫୋନ ଓ ଗୋଟିଏ ଲାପଟପ, ପୁରୁଣା ରିକ୍ସା ଓ ରୋଷେଇ ହଣ୍ଡା ଜବତ କରିଛି ପୋଲିସ।
ଭୁବନେଶ୍ବରରୁ ତାପସ ପାରିଡ଼ା, ଇଟିଭି ଭାରତ